ଏଲଆଇସି କ୍ଷେତ୍ରୀୟ ପ୍ରବନ୍ଧକଙ୍କ ବାଲେଶ୍ୱର ଶାଖା ପରିଦର୍ଶନ
ବାଲେଶ୍ୱର, (ସରୋଜ ପଣ୍ଡା):ଭାରତୀୟ ଜୀବନ ବୀମା ନିଗମ ପାଟନା କ୍ଷେତ୍ରର କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରବଣ କୁମାର ସୋମବାର ବାଲେଶ୍ୱର ଶାଖା କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ପରିଦର୍ଶନ ବେଳେ କ୍ଷେତ୍ରୀୟ ପ୍ରବନ୍ଧକଙ୍କ ସହ କଟକ ମଣ୍ଡଳର ବରିଷ୍ଠ ପ୍ରବନ୍ଧକ ଅନନ୍ତ ଭୂଷଣ ରଥ, ମାର୍କେଟିଂ ମ୍ୟାନେଜର ଶ୍ୟାମଳ କୁମାର ମହାନ୍ତି ଓ ସେଲ୍ସ ମ୍ୟାନେଜର ନିର୍ମଳ କୁମାର ନାୟକ ପ୍ରମୁଖ ପଦାଧିକାରୀ ଉପସ୍ଥିତ ଥିଲେ । ବାଲେଶ୍ୱର ଶାଖାର ବରିଷ୍ଠ ପ୍ରବନ୍ଧକ ସବ୍ୟସାଚୀ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରବଣ କୁମାର ନିଗମର ବ୍ୟବସାୟିକ ତଥା ସେବା କ୍ଷେତ୍ରର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଶାଖାର ପ୍ରଶାସନିକ ଅଧିକାରୀ ପୀତାମ୍ବର ଦାସ, ସହ-ପ୍ରଶାସନିକ ଅଧିକାରୀ ସସ୍ମିତା ଦାସଙ୍କ ସମେତ ବ୍ୟବସାୟ କ୍ଷେତ୍ରରେ ସଫଳତା ପ୍ରଦର୍ଶନ କରିଥିବା ଉନ୍ନୟନ ଅଧିକାରୀ ଓ ଏଜେଣ୍ଟମାନଙ୍କୁ କ୍ଷେତ୍ରୀୟ ପ୍ରବନ୍ଧକ ସମ୍ବର୍ଦ୍ଧିତ କରିଥିଲେ । ବାଲେଶ୍ୱର ଶାଖାର ଉନ୍ନୟନ ଅଧିକାରୀ ପ୍ରଦୀପ୍ତ କିଶୋର ସାହୁ ସନାତନ ବେହେରା, ରାଜକୃଷ୍ଣ ସିଂହ, ସୁଜିତ ମହାପାତ୍ର ପ୍ରମୁଖ ଏହି ଅବସରରେ କ୍ଷେତ୍ରୀୟ ପ୍ରବନ୍ଧକ ତଥା ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀଙ୍କ ସହ ବ୍ୟବସାୟିକ ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ । ସୁଶୀଲ କୁମାର ସୁବୁଦ୍ଧି, ପୀତାମ୍ବର ଦାସ, ସୁଧାକର ଧଳ, ଗିରିଜା ଶଙ୍କର ବେହେରା, ସସ୍ମିତା ବେହେରା, ଶଶିକାନ୍ତ ଶିଅଳ, ସସ୍ମିତା ଦାସ, ନିରଂଜନ ବେହେରା, ବସନ୍ତ କୁମାର ପୁହାଣ, ଅରୁଣ କୁମାର ଦାସ, ସୁଧୀର ବଳ, ରଶ୍ମିରଂଜନ ଜେନା,ମାନସ ବେହେରା, ଭାଗୀରଥୀ ଦାସ, ବାଇଧର ସିଂ, ଅଭିପ୍ସା ଜେନା, ଅନୁରାଧା ଦାସଅଧିକାରୀ, ଦେବକୀନନ୍ଦନ ସେଠୀ ପ୍ରମୁଖ ଅଧିକାରୀମାନେ ଏହି ସମ୍ବାଗତ ଉତ୍ସବକୁ ପରିଚାଳନା କରିଥିଲେ ।