‘ସହାୟକ’ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା):ନେତାଜୀ ଜୟନ୍ତୀ ଅବସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସହାୟକ’ ପକ୍ଷରୁ ଏକ ରକ୍ତଦାନ ଶିବିର ସ୍ଥାନୀୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଜିଲା ପୁଲିସ ତଥା ବିଭିନ୍ନ ଗଣ ସଂଗଠନ ଓ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ସଦସ୍ୟମାନେଏଥିରେ ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ । ବାଲେଶ୍ୱର ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ, ଜିଲ୍ଲା ରକ୍ତଦାତା ସଂଘର ସଂପାଦକ ଇଂ. ହୃଷିକେଶ ସାହୁ ଓ ‘ସହାୟକ’ର ସଭାପତି ଇଂ. ସୁରେନ୍ଦ୍ରନାଥ ଦାସ ମିଳିତ ଭାବେ ଏହି ଶିବିରକୁ ଉଦ୍ଘାଟନ କରିଥିଲେ । ଅନୁଷ୍ଠାଦର ସମ୍ପାଦକ ବିଜୟ କୁମାର ଦାସଅଧିକାରୀ ଏବଂ ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘର ସଭାପତି ଇଂ. ବନମାଳି ନାୟକ ଓ ସମ୍ପାଦକ ବସନ୍ତ ନାୟକଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଏହି ଉଦ୍ଘାଟନ ଉତ୍ସବରେ ଉପସ୍ଥିତ ଥିଲେ । ସଚୀନ୍ଦ୍ର ଦାସ, ପ୍ରଫୁଲ୍ଲ କୁମାର ଦାସ, ଗୌରାଙ୍ଗ ପାଣିଗ୍ରାହୀ, ଅକ୍ଷୟ କୁମାର ତ୍ରିପାଠୀ, ଗଙ୍ଗାଧର ପୃଷ୍ଟି, ଦିବାକର ମହାପାତ୍ର, ମୀନତୀ ରାୟ, ସାବିତ୍ରୀ ଦାସ, ଡାକ୍ତର ତାରାକାନ୍ତ ନନ୍ଦ, ଲକ୍ଷ୍ମୀପ୍ରିୟା ଜେନା, ପୁଷ୍ପଲତା ମହାନ୍ତି, ପ୍ରଣିତା ମିଶ୍ର, ଗୌରୀ ଦାସ, ପ୍ରତିମା ପଣ୍ଡା, ବକୁଲ ରାୟ, କେଶବ ମହାନ୍ତି, ଲୋକନାଥ ଆଚାର୍ଯ୍ୟ, କାମିନୀକାନ୍ତ ପାଢ଼ୀ, ଭବେଶ ଚନ୍ଦ୍ର ପଣ୍ଡା, ସେକ୍ ଆଲ୍ଲାଉଦ୍ଦିନ୍ ଓ ସମାଜସେବୀ ଜନତ ହୁସେନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶିବିର ଶେଷ ସୁଦ୍ଧା ୧୧୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।


