ଏଲ.ଆର.ଏସ. କଲିକତା ଏବଂ ସେରସା ଖଡ଼ଗପୁର ଟିମ ଫାଇନାଲରେ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ଲେଟକଟ ପଡିଆରେ ଚାଲିଥିବା ସର୍ବଭାରତୀୟ ଲେଟକଟ ଟି-20 କ୍ରିକେଟ ଟୁର୍ନାମେଣ୍ଟର ଚତୁର୍ଥ ଦିବସର ପ୍ରଥମ ସେମିଫାଇନାଲ ମ୍ୟାଚ ଏଲ.ଆର.ଏସ. କଲିକତା ଏବଂ ରାଇଜିଂସ୍ଟଡେଣ୍ଟ କଟକ ମଧ୍ୟରେ ଅନୁଷ୍ଠିତ ହେଇଥିଲା. ରାଇଜିଂ ପ୍ରଥମେ ବ୍ୟାଟିଂ କରି 20 ଓଭରରେ 9 ଉଇକେଟ ରେ 116 ରନ କରିଥିଲେ. ଦଳ ପକ୍ଷରୁ ଅବିନାଶ ନାୟକ 49 ଏବଂ ପ୍ରତ୍ୟୁଷ ପ୍ରଧାନ 16 ରନ କରିଥିବା ବେଳେ ଏଲ.ଆର.ଏସ. ଦଳ ପକ୍ଷରୁ ଆକାଶ ଦାସ 4ଟି ଏବଂ ବିକାଶ ସିଂ 2 ଟି ୱକେଟ ନେଇଥିଲେ. ଜବାବରେ ଏଲ.ଆର.ଏସ. ଦଳ 14.5 ଓଭରରେ 5 ଉଇକେଟ ହରେଇ 119 ରନ ସଂଗ୍ରହ କରି 5 ଉଇକେଟ ରେ ବିଜୟୀ ହେଇଥିଲେ. ଦଳ ପକ୍ଷରୁ ଅଶ୍ୱିନ କୁମାର 70 ଏବଂ ସୁପ୍ରଦୀପ ଦେବନାଥ 26 ରନ କରିଥିଲେ. ରାଇଜିଂସ୍ଟଡେଣ୍ଟ ପକ୍ଷରୁ ବିକ୍ରମ ସାମଲ 2ଟି ଓ ରାମଚନ୍ଦ୍ର ବେହେରା 1ଟି ଉଇକେଟ ନେଇଥିଲେ. ଏହି ସେମିଫାଇନାଲ ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ଭାବେ ଅଶ୍ୱିନ କୁମାର ପୁରସ୍କୃତ ହେଇଥିଲେ. ଦ୍ଵିତୀୟ ସେମିଫାଇନାଲ ସେରସା ଖଡ଼ଗପୁର ଓ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ମଧ୍ୟରେ ହେଇଥିବା ମ୍ୟାଚରେ ସେରସା ଖଡ଼ଗପୁର ପ୍ରଥମେ ବ୍ୟାଟିଂ କରି 20 ଓଭରରେ 7 ଉଇକେଟ ହରେଇ 250 ରନ କରିଥିଲେ ଦଳ ପକ୍ଷରୁ ଅରିନ ରାୟ 58 ଓ ମୋହିତ ରାୟ 52 ରନ କରିଥିଲେ, ଇଷ୍ଟକୋଷ୍ଟ ପକ୍ଷରୁ ଜୟନ୍ତ ବେହେରା 3 ଟି ଏବଂ ରାକେଶ ମହାନ୍ତି 1ଟି ୱକେଟ ନେଇଥିଲେ. ଜବାବରେ ଇଷ୍ଟକୋଷ୍ଟ ରେଲୱେ 19.3 ଓଭରରେ ସମସ୍ତ ୱକେଟ ହରେଇ 213 ରନ କରିବା ସହିତ 37 ରନରେ ପରାସ୍ତ ହେଇଥିଲେ.
ଦଳ ପକ୍ଷରୁ ରାକେଶ ମହାନ୍ତି ସର୍ବାଧିକ 56 ଏବଂ ଶୁଭଙ୍କର ବିଶ୍ୱାସ 54 ରନ କରିଥିବାବେଳେ ସେରସା ଖଡ଼ଗପୁର ତରଫରୁ କେପି ଅବିନାଶ 3 ଏବଂ ଅନିର୍ବାଣ ଗୁପ୍ତା 2 ଟି ୱକେଟ ନେଇଥିଲେ. ଏହି 2ୟ ସେମିଫାଇନାଲ ମ୍ୟାଚରେ ଅରିନ ରାୟ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଭାବେ ବିବେଚିତ ହେଇଥିଲେ. ଆଜିର ପ୍ରଥମ ସେମିଫାଇନାଲ ମ୍ୟାଚରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ଏବଂଦ୍ଵିତୀୟ ସେମିଫାଇନାଲ ମ୍ୟାଚ ରେ ମୟୁରଭଞ୍ଜ ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷା କମଳା ତିରିଆ,ପୂର୍ବତନ ବାରିପଦା ଉପ ନଗରପାଳ ଜିତେନ୍ଦ୍ର ମହାନ୍ତି ସମାଜସେବୀ ଅମର ସେଠି ଏବଂ ପୃଥ୍ୱୀରାଜ ବୋଷ, ନରତ୍ତମ ମହାନ୍ତ, ଶ୍ରୀକାନ୍ତ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ. ଲଲାଟେନ୍ଦୁ ବେହେରା ଙ୍କ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ, ଆଜିର ମ୍ୟାଚ କୁ ଓସିଏ ପ୍ୟାନେଲ ଓମ୍ପାୟାର ମାନସ ବେହୁରା, ଛାୟାକାନ୍ତ ଦ୍ବିବେଦୀ, ସମର୍ପ୍ରିତ ପ୍ରଧାନ, ବିଶ୍ଵମ୍ଭର ମହାକୁଡ଼ ପରିଚାଳନା କରିଥିଲେ. ସୁରେଶ ସାଣ୍ଡିଲ ଏବଂ ପଙ୍କଜ ମହାକୁଡ଼ ଧାରା ବିବରଣୀ ପ୍ରଦାନ କରିଥିବାବେଳେ ସ୍କୋରିଙ୍ଗ ରେ ସୌରଜିତ ସାହୁ ସହାୟତା କରିଥିଲେ.