ଏସପିଙ୍କ ନିକଟରେ ଅଭିଯୋଗ କଲେ ନିର୍ଯ୍ୟାତିତା ମହିଳା
କେନ୍ଦ୍ରାପଡା,(ଯୁଗାବ୍ଦ ନୁ୍ୟଜ୍): ପାଟକୁରା ଥାନାରେ ଯୌତୁକ ନିର୍ଯ୍ୟାତନା ଅଭିଯାଗ ପରେବି ପାଟକୁରା ଥାନା ପୋଲିସ ଏତଲା ରଖି ମାମଲା ରୁଜୁ ନ କରିବାରୁ ଅଭିଯୋଗ କାରିଣୀ ତଥା ପିଡିତା ମହିଳା ଏସପିଙ୍କ ନିକଟରେ ଥାନା ବିରୋଧରେ ଅଭିଯୋଗ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ମାର୍ଶାଘାଇ ଥାନା ଅନ୍ତର୍ଗତ କୁସୁନୁପୁର ଗ୍ରାମର ଉମେଶ ଚନ୍ଦ୍ର ନାୟକଙ୍କ ଝିଅ ଶୁଭଲକ୍ଷ୍ମୀ ନାୟକ ପାଟକୁରା ଥାନା ଅନ୍ତର୍ଗତ ଭୁସରଙ୍ଗ ଗ୍ରାମର ପ୍ରମୋଦ ସେନାପତିଙ୍କ ପୁଅ କୁନା ଓରଫ ରାଧାରମଣ ସେନାପତିଙ୍କ ସହିତ ବୈଦିକ ରୀତିରେ ଗତ ୨୦୧୭ ମସିହା ଜୁନ ମାସ ୬ ତାରିଖରେ ବିବାହ ହୋଇଥିଲା । ବିବାହ ସମୟରେ ବର ପକ୍ଷର ଦାବି ମୁତାବକ ନଗଦ ୨ ଲକ୍ଷ ଟଙ୍କା, ଡ୍ରେସ୍ ବାବଦକୁ ୨୦ ହଜାର ଟଙ୍କା ସହିତ ଝିଅକୁ ସୁନାର ହାର, କାନଫୁଲ, ମୁଦି, ମଙ୍ଗଳସୂତ୍ର, ଚେନ୍ ଲକେଟ୍ ସହିତ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା । ଚତୁର୍ଥୀ ପରଦିନ ଶୁଭଲକ୍ଷ୍ମୀ ଜାଣିବାକୁ ପାଇଲେ ଯେ ତାଙ୍କ ଶ୍ୱଶୁର ଜଣେ ଚୋରା ମଦ ବେପାରୀ ଏଥିସହିତ ତାଙ୍କ ସ୍ୱାମୀ ଓ ଶ୍ୱଶୁର ବିଭିନ୍ନ ସ୍ଥାନରେ ଚୋରା ମଦ ବ୍ୟବସାୟ କରନ୍ତି । ଏସବୁ ଦେଖି ଓ ସବୁକଥା ଜାଣି ଏହାର ବିରୋଧ କରିବାରୁ ତାଙ୍କୁ ଶାଶୁ, ଶ୍ୱଶୁର ଏବଂ ସ୍ୱାମୀ ଧମକ ଦେବା ସହ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରି ଭିଷଣ ମାଡ ଗାଳି ଦିଅନ୍ତି । ବର୍ଷେ ତଳେ ଶାଶୁ ଘର ଲୋକେ ବାପଘରୁ ଦୁଇଲକ୍ଷ ଟଙ୍କା ଅଧିକ ଯୈ÷ାତୁକ ଆଣିବା ନିମନ୍ତେ ଦାବି କରିଥିଲେ । ଏଥିରେ ପ୍ରତିବାଦ କରିବାରୁ ସ୍ୱାମୀ ତାଙ୍କ ମୁଣ୍ଡ ଉପରେ ବନ୍ଧୁକ ରଖି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ସେମାନଙ୍କ କଥାରେ ଅରାଜି ହେବାରୁ ଶୁଭଲକ୍ଷ୍ମୀକୁ ଭିଷଣ ମାଡ ମାରିବା ସହିତ କିରୋସିନ ଢାଳି ମାରିଦେବାକୁ ଉଦ୍ୟମ କରିଥିଲେ । ତେଣୁ ସେ ଜୀବନ ବିକଳରେ ଦୀର୍ଘ ୪ ମାସ ହେଲା ଆସି ବାପ ଘରେ ରହୁଛନ୍ତି । ଚଳିତ ମାସ ପ୍ରଥମ ସପ୍ତାହରେ ଏହି ଘଟଣାକୁ ନେଇ ପାଟକୁରା ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ପାଟକୁରା ଥାନା ପୋଲିସ ଦୀର୍ଘ ୧ ସପ୍ତାହ ହେବ ଲିଖିତ ଅଭିଯୋଗ ରଖି ମଧ୍ୟ ଅଭିଯୁକ୍ତ ମାନଙ୍କ ବିରୋଧରେ ମାମଲା ରୁଜୁ ନକରିବାରୁ ନିର୍ଯ୍ୟାତିତା ମହିଳା ଆରକ୍ଷୀ ଅଧିକ୍ଷକ ନୀତିି ଶେଖରଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଉପରେ ଏସପିଙ୍କ ନିଦେ୍ର୍ଧଶ କ୍ରମେ ପାଟକୁରା ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି ।