ଏସବୁ ରସ ପିଇଲେ, ମିଳିଥାଏ ଏହି ଫାଇଦା

ଡେଙ୍ଗୁ ସଂକ୍ରମଣ ସମୟରେ ଶରୀରରେ ବ୍ଲଡ୍ ପ୍ଲେଟଲେଟ୍ ଶୀଘ୍ର ହ୍ରାସ ପାଇଥାଏ । ଏଣୁ ଖାଦ୍ୟରେ ଉପରାକ୍ତ ଜିନିଷ ସାମିଲ୍ କରାଯିବାର ଆବଶ୍ୟକତା ରହିଛି ।
ବିଟ୍ ଓ ଗାଜର ରସ:- ବିଟ୍ ରସରେ ଅଧିକ ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ୍ସ ଥାଏ । ଯାହା ଶରୀରର ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଦିନରେ ଯଦି ଦୁଇ ବା ତିନି ଚାମଚ ବିଟ୍ ରସକୁ ଏକ ଗ୍ଲାସର ଗାଜର ରସ ସହିତ ମିଶାଇ ପିଇବେ, ତେବେ ବ୍ଲଡ ପ୍ଲେଟ ଲେଟ୍ସ ତୀବ୍ର ଗତିରେ ବୃଦ୍ଧିପାଇଥାଏ ।
ଅମୃତଭଣ୍ଡା ଓ ତା’ର ପତ୍ର ରସ:- ଅମୃତ ଭଣ୍ଡା ଓ ଅମୃତ ଭଣ୍ଡା ପତ୍ରର ରସକୁ ମିଶାଇ ସେବନ କରିଲେ ମଧ୍ୟ ବ୍ଲଡ ପ୍ଲେଟ ଲେଟ୍ସ ଶୀଘ୍ର ବୃଦ୍ଧି ପାଇଥାଏ । ଆପଣ ଚାହିଁଲେ ଉଭୟ ଅମୃତଭଣ୍ଡା ଓ ତା’ର ପତ୍ରକୁ ଫୁଟାଇ ଚାହା ଭଳି ଛାଣି ଗ୍ରିନ୍ ଟି ଭଳି ପିଇପାରିବେ ।
କଖାରୁ ରସ:- ଅଧା ଗ୍ଲାସ କଖାରୁ ଜୁସ୍ରେ ଦୁଇ ଚାମଚ ମହୁ ମିଶାଇ ଦିନରେ ଦୁଇ ଥର ସେବନ କରିଲେ ରକ୍ତରେ ପ୍ଲେଟଲେଟ୍ସର ସଂଖ୍ୟା ବଢ଼ିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ