ଏସସି ଓ ଏସଟି ବର୍ଗର ଲୋକଙ୍କ ମାଲିକ ହେବା ସ୍ୱପ୍ନକୁସାକାର କରୁଛନ୍ତି ମୋଦି ସରକାର – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,ଭୁବନେଶ୍ୱର, : ନୂଆଦିଲ୍ଲୀ ଠାରେ ସୋମବାର ଏସସି,ଏସଟି ଉଦ୍ୟୋଗୀଙ୍କ ୩୧୨୧ତମ ବଲ୍‌କ ଏଲପିଜି ଟ୍ୟାଙ୍କର (ବିଏଲଟିଟି)ର ଶୁଭାରମ୍ଭ କରିବା ସହ ପେଟ୍ରୋଲିୟମ ଏବଂ ଇସ୍ପାତ ମନ୍ତ୍ରାଳୟର ଏସସି,ଏସଟି ଉଦ୍ୟୋଗୀ ସମୂହଙ୍କ ସ୍ୱତନ୍ତ୍ର ଜାତୀୟ ଭେଣ୍ଡର ଡେଭଲପମେଂଟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଏସସି ଓ ଏସଟି ବର୍ଗର ଲୋକଙ୍କ ମାଲିକ ହେବା ସ୍ୱପ୍ନକୁ ମୋଦି ସରକାର ବାସ୍ତବିକତାର ରୂପ ଦେଇଛନ୍ତି ବୋଲି ପ୍ରଧାନ କହିଛନ୍ତି ।  ପୂର୍ବରୁ କେବଳ ଏସସି ଓ ଏସଟି ସମାଜ ପାଇଁ ସଂରକ୍ଷଣ ଏବଂ ସ୍କଲାରସିପର ବ୍ୟବସ୍ଥା ଥିଲା । ମାତ୍ର ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କ ମାଲିକ ହେବାର ସ୍ୱପ୍ନକୁ ସାକାର କରିଛନ୍ତି । ସରକାର ଏହି ବର୍ଗର ଲୋକମାନଙ୍କୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ମୋଦି ସରକାରରେ ଆଗାମୀ ଦିନରେ ଏସସି ଏସଟି ବର୍ଗ କ୍ଷେତ୍ରରେ ବିକାଶର ଅଭୁତପୂର୍ବ ପରିବର୍ତନ ହେବ । କେବଳ ଭାଷଣବାଜି ନୁହେଁ କଳ୍ପନାକୁ ବାସ୍ତବରେ ପରିଣତ କରିଛନ୍ତି ମୋଦି । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଦଳିତ, ପଛୁଆ ଓ ସଂଖ୍ୟାଲଘୁଙ୍କୁ ସମାନ୍ତରାଳ ଭାବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରାଥମିକତା ଦେଉଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ  କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବକି ସାଥ-୍‌ସବକି ବିକାଶ-ସବକି ବିଶ୍ୱାସର ରାସ୍ତା ଆପଣାଇଛନ୍ତି । ଏବେ ରୋଜଗାର ଅନ୍ୱେଷଣ ପାଇଁ ନୁହେଁ ମାଲିକ ବନିବାର ସମୟ । ମୋଦି ସରକାରରେ ବିଗତ ଦିନ ମାନଙ୍କରେ ୭୫ ହଜାର ନୂଆ ପେଟ୍ରୋଲ ପମ୍ପ ଖୋଲିବାର ଯୋଜନା ହୋଇଥିଲା ବେଳେ ସେଥିମଧ୍ୟରୁ ୨୦ ହଜାର ଏସଏସଟିଙ୍କ ପାଇଁ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ନାମାଙ୍କନ କରାଯାଇଛି । ଏବେ ୧୭ ହଜାର ୧୧୭ ପେଟ୍ରୋଲ ପମ୍ପ ପାଇଁ  ଏଲଓଆଇ ଦିଆଯାଇଥିବା ବେଳେ ୩ ହଜାର ୬୪୭ ଏସଏସଟି ବର୍ଗର ଲୋକଙ୍କୁ ଏଲଓଆଇ ପ୍ରଦାନ କରାଯାଇଛି । ଏହା ମୋଦି ସରକାରଙ୍କ ବି.ଆର ଆମ୍ବେଦକରଙ୍କ ପାଇଁ ଥିବା ପ୍ରତିବଦ୍ଧତା । ସେହିପରି ଭାରତବର୍ଷରେ ୨୦୧୪ ସୁଦ୍ଧା ମୋଟ ୧୩ କୋଟି ଘରେ ଏଲପିଜି ସଂଯୋଗ ଥିଲା । ମାତ୍ର ଗତ ସାଢେ ୫ ବର୍ଷରେ ଏହାକୁ ଡବଲ କରାଯାଇଛି । ଏଲପିଜି ସଂଯୋଗ ୨୭ କୋଟିରେ ପହଁଚିଛି । ତନ୍ମଧ୍ୟରୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୮ କୋଟି ଗ୍ୟାସ ସଂଯୋଗ ଦିଆଯାଇଥିବା ବେଳେ ଏହି ଯୋଜନାରେ ପ୍ରାୟ ୩ ଲକ୍ଷ ଏସସି ଏସଟି ଲାଭ ପାଇଛନ୍ତି । ଭାରତରେ ରୋଜଗାର ବଢିବାକୁ ହେଲେ ମେକ୍ ଇନ୍ ଇଣ୍ଡିଆକୁ ଆଗକୁ ନେବାକୁ ହେବ । ଦେଶର ଭିତିଭୂମିକୁ ସଦୃଢ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । ଅପରପକ୍ଷରେ ଅନେକ ଦିନରୁ ଚାଲୁଥିବା କାମ ଆଜି ସଫଳ ହୋଇଛି । ୩୧୨୧ତମ ବଲ୍‌କ ଏଲପିଜି ଟ୍ୟାଙ୍କର ଟ୍ରକ୍‌ର ଉଦଘାଟନ ହେବା ଆନନ୍ଦର ବିଷୟ ବୋଲି  ମତବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ