ଏସିବି ଫାଉଣ୍ଡେସନ ପକ୍ଷରୁ ଆଞ୍ଚଳିକ ସବୁଜ ଉଦ୍ୟାନ ଉଦଘାଟନ

ହାଟଡ଼ିହି,,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତର କାହାଳିଆ ଗଡିଆ ଠାରେ ଏସିବି ଫାଉଣ୍ଡେସନ ପକ୍ଷରୁ ଆଞ୍ଚଳିକ ସବୁଜ ଉଦ୍ୟାନ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିôରତ ସେଠୀ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ବିଧାୟକ ଭାଗିରଥି ସେଠୀଙ୍କ ସମେତ ଏସିବି ଫାଉଣ୍ଡେସନର ପ୍ରତିଷ୍ଠାତା ଅଲେଖ ଚନ୍ଦ୍ର ବେହେରା, ପୁର୍ବତନ ପ୍ରଧାନ ଶିକ୍ଷକ ଚିନ୍ତାମଣୀ ପାଣିଗ୍ରାହୀ, ସରପଞ୍ଚ ନିରୁପମା ପାତ୍ର, ହାଟଡିହି ଭୋକେସନାଲ କଲେଜର ପୁର୍ବତନ ଅନୁଦ୍ଦେଷ୍ଟା ପ୍ରଫୁଲ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଏସିବି ଫାଉଣ୍ଡେସନର ଏହି ବୃକ୍ଷ ରୋପଣ କାର‌୍ୟ୍ୟକ୍ରମକୁ ଉଚ୍ଚ ପ୍ରସଂଶା କରିଥିଲେ । ବିଶେଷକରି ସ୍କୁଲ ମାନଙ୍କରେ ଏସିବି ଫାଉଣ୍ଡେସନ ପକ୍ଷରୁ ଚାଲୁଥିବା କାର‌୍ୟ୍ୟକ୍ରମ ଗୁଡିକ ସମ୍ପର୍କରେ ପ୍ରତିଷ୍ଠାତା ଅଲେଖ ବେହେରା ସୁଚନା ଦେବାସହ କିପରି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କ୍ଷେତ୍ରରେ ଛାତ୍ରବୃତ୍ତି ଯୋଗାଇ ଦିଆଯାଇ ସେମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ପ୍ରେରଣା ଦିଆଯାଉଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଆନନ୍ଦ ଚନ୍ଦ୍ର ରାଉତ ଅତିଥି ପରିଚୟ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ବିଧାୟକ ଶ୍ରୀ ସେଠୀ କାଳିଆଗଡିଆରେ ପହଞ୍ଚିବାପରେ ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସ୍ୱଗତ କରାଯାଇଥିଲା । ସନାତନ ରାଉତ, ପୁରସ୍ତମ ସତପଥି, କରୁଣା ମହାପାତ୍ର, ଶତୃଘ୍ନ ବେହେରା, ଜଗନ୍ନାଥ ପାତ୍ର, ହୁରିଆ ସାହୁ, ଗୋଲଖ ସାହୁ, ରାଜେନ୍ଦ୍ର ପାତ୍ର, ଶରତ ନାୟକ, ମୁରଲୀ ସାହୁ, ପୁର୍ଣ୍ଣଚନ୍ଦ୍ର ବେହେରା, ସୁଶାନ୍ତ ତ୍ରିପାଠୀ, ପଙ୍କଜ ତ୍ରିପାଠୀ, ଗୌତ୍ତମ ବେହେରା, ଶଙ୍କର୍ଷଣ ପାଣିଗ୍ରାହୀ ପ୍ରମୁଖ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ବିଧାୟକ ବୃକ୍ଷରୋପଣ କାର‌୍ୟ୍ୟକ୍ରମରେ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ