ଏସ୍.ବି.ଆଇ କୋଦଳା ଶାଖାରେ ଅବ୍ୟବସ୍ଥା ନେଇ ଗ୍ରାହକ ଅସନ୍ତୋଷ

କୋଦଳା,(ଗୁଲସନ କୁମାର କର): ଡିଜିଟାଲ ଇଣ୍ଡିଆର ନାରା ଦେଉଥିବା ସେବା କ୍ଷେତ୍ରରେ ଦୁଇପାଦ ଆଗକୁ ଯାଇଥିବା ନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କ କୋଦଳା ଶାଖା ଏବେ ଅବ୍ୟବସ୍ଥା ଘେରରେ ଗତି କରୁଛି। ପୂର୍ବରୁ ବାରମ୍ବାର ଏହି ଶାଖାରେ ଗ୍ରାହକ ମାନେ କର୍ମଚାରୀଙ୍କ ଦ୍ବାରା ଦୁର୍ବ୍ୟବହାର ର ଶିକାର ହେଉଥିବା ନେଇ ଅଭିଯୋଗ ଆସିଥିଲା । ବିଭିନ୍ନ ଉନ୍ନତମାନର ସେବା ଠପ୍ ହୋଇଯିବା ଯୋଗୁଁ ଗ୍ରାହକଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସୂଚନା ଅନୁସାରେ ଏହି ଶାଖା ଅଧିନରେ କେତେ ଗୁଡିଏ ଛୋଟ ବଡ଼ ଶାଖା ମଧ୍ୟ କାର୍ଯ୍ୟ କରିଥାନ୍ତି । ବେରୁଆଁବାଡି, ଫାଶୀ, ବେଗୁନିଆପଡ଼ା, ଖଲ୍ଲିିକୋଟ, କେଶପୁର, ଲଙ୍ଗଳେଶ୍ଵର ଭଳି ଶାଖା ଗୁଡିକ କୋଦଳା ଶାଖା ଉପରେ ନିର୍ଭର କରିଥାନ୍ତି । ତେବେ ଏହି ଶାଖାରେ ଏବେ ସ୍ବାଇପ୍ ମେସିନ କାମ ନ କରିବାରୁ ଏହି ସେବା ଠପ୍ ହୋଇଯାଇଛି । ଏହା ସହିତ ପାସବୁକ ପ୍ରିଣ୍ଟ ସହ ଋଣ ପ୍ରଦାନ କାରବାର ନେଇ ଗ୍ରାହକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହେଲା ବ୍ୟାଙ୍କରେ ଆଧାର କାର୍ଡ ଲିଙ୍କ କରିବା କିମ୍ବା କେୱାଇସି ପ୍ରଦାନ କରିବାକୁ ଗଲେ ଲାଇନରେ ଛିଡା ହୋଇ ସମୟ ଚାଲିଯାଉଛି ,ତାପରେ ମଧ୍ୟ ବାରମ୍ବାର ବ୍ୟାଙ୍କକୁ ଯିବାକୁ ପଡୁଛି, ଅନ୍ୟପଟେ ଏଟିଏମ ମେସିନ ଓ ଟଙ୍କା ଡିପୋଜିଟ୍ ମେସିନ ଦୁଇ ଦୁଇଟି ଥିବା ବେଳେ ତାହା ମଧ୍ୟ ଅଧିକାଂଶ ସମୟରେ କାମରେ ଆସୁନି । ଯେକୌଣସି ସମୟରେ ବନ୍ଧୁ ପରିଜନ ବ୍ୟକ୍ତି ନିକଟକୁ ତୁରନ୍ତ ଟଙ୍କା ପଠାଇବା ପାଇଁ ସ୍ବାଇପ୍ ମେସିନ୍ ଓ ଟଙ୍କା ଡିପୋଜିଟ୍ ମେସିନର ଆବଶ୍ୟକ ପଡୁଥିବା ବେଳେ କୋଦଳା ପରି ଏକ ଗୁରୁତ୍ୱପୂର୍ଣ୍ଣ ଶାଖାରେ ଏହି ଅଚଳାବସ୍ଥା ହେବାକୁ ନେଇ ଷ୍ଟେଟ ବ୍ୟାଙ୍କ ଗ୍ରାହକ ମାନେ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଏନେଇ ଉଚ୍ଚ ପଦସ୍ଥ ଅଧିକାରୀ କାହିଁକି ପଦକ୍ଷେପ ନେଉ ନାହାନ୍ତି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଗ୍ରାମାଞ୍ଚଳର ସାଧାରଣ ଲୋକଙ୍କ ଏହି ବ୍ୟାଙ୍କରେ ବହୁତ ଭିଡ଼ ପରିଲକ୍ଷିତ ହେଉଥିବା ବେଳେ ଏଠାକାର କର୍ମଚାରୀ ମାନଙ୍କ ଦୁର୍ବ୍ୟବହାର ଅତିଷ୍ଟ ହୋଇ ବ୍ୟାଙ୍କ ପ୍ରତି ଆସ୍ଥା ହରାଇ ବସିଲେଣି । ଏନେଇ ବାରମ୍ବାର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପରିଚାଳକଙ୍କୁ ମେଲ୍ ଯୋଗେ ଅଭିଯୋଗ କଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହି । ତୁରନ୍ତ ଏଥିପ୍ରତି ଦୃଷ୍ଟି ଆକର୍ଷଣ ନ କଲେ କୋଦଳା ଷ୍ଟେଟ ବ୍ୟାଙ୍କକୁ ନେଇ ଏକ ଜନ ଆନ୍ଦୋଳନ ହେବ ବୋଲି ସ୍ଥାନୀୟ ସାମ୍ବାଦିକ ଓ ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ