ଏସ. କାମେଶ୍ୱର ରାଓ ପୁରସ୍କୃତ
ବ୍ର୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) ଚଳନ୍ତା ଏବଂ ଜଳନ୍ତା ମାଲବୋଝଇ ଟ୍ରେନକୁ ଲାଲ ପତାକା ଦେଖାଇ ରୋକିବାରେ ସଫଳ ହେବା ପରେ ସୁରକ୍ଷା ବିଭାଗର ପୁରସ୍କାର ପାଇଛନ୍ତି ଗେଟ ବଜାର ରେ ରହୁଥିବା ଏସ କାମେଶ୍ୱର ରାଓ । ସେ ଗତମାସ ୧୫ତାରିଖରେ ଗୋଳନ୍ଥରା ଠାରେ ଏକ କୋଇଲା ମାଲବୋଝଇ ଚକାରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ନିଜର ବୁଦ୍ଧି ବଳରେ ରଙ୍ଗ ପତାକା ଦେଖାଇ ଟ୍ରେନଟିକୁ ଗୋଳନ୍ଥ ରେଳ ଷ୍ଟେସନ ରେ ରଖି ସୁରକ୍ଷା ବିଭାଗ କୁ ସୂଚନା ଦେଇଥିଲେ । ସୁରକ୍ଷା ବିଭାଗର କର୍ମକର୍ତା ଘଟଣାସ୍ଥଳରେ ପହଂଚି ତଦନ୍ତ କରି ଘଟିବାକୁ ଥିବା ଏକ ବଡ ଦୁର୍ଘଟଣା କୁ ରୋକିବାରେ ସକ୍ଷମ ହୋଇଥିଲେ। । ତଦନ୍ତର ତିନି ଦିନ ପରେ ଟ୍ରେନଟି କୁ ଛାଡିଦିଆଯାଇଥିଲା । ଏହି ଘଟଣାର ଅନୁଧାନ୍ୟ କରି ରେଳ ସୁରକ୍ଷା ବିଭାଗ ଟ୍ରେନ କୁ ରଖିଥିବା ରେଳ କର୍ମଚାରୀ ଏସ କାମେଶ୍ୱର ରାଓ ଙ୍କୁ ପୁରସ୍କୃତ କରିଛି ।


