ଏସ.ଟିକରପଡା ହାଇ ସ୍କୁଲକୁ ପ୍ରକୃତି ମିତ୍ର ପୁରସ୍କାର

ବ୍ରହ୍ମପୁର (ଅନିଲ ମହାରଣା): ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସହଦେବ ଟିକରପଡା ଗ୍ରାମର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର ମିଳିଥିବା ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି। ୭୫ ତମ ସ୍ୱାଧୀନତା ଅବସରରେ ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷକ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏସ.ଟିକରପଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଡ଼କ୍ଟର ବିଜୟ ଚନ୍ଦ୍ର ମହାରଣା ୨୦୨୧ ମସିହାର ପ୍ରକୃତିମିତ୍ର ପୁରସ୍କାର ଗ୍ରହଣ କରିଥିଲେ। ମୁଖ୍ୟ ବନ ସଂରକ୍ଷକ ଅମ୍ଳାନ ନାୟକ, ସହକାରୀ ବନ ସଂରକ୍ଷକ ଅଶୋକ କୁମାର ବେହେରା, ଓ ଏ.ମାଧବୀ ଙ୍କ ଉପସ୍ଥିତରେ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପରିବେଶ ସୁରକ୍ଷା ଓ ସଂରକ୍ଷଣ ପାଇଁ ପ୍ରକୃତିମିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ନୂତନ ଭାବେ ଯୋଗଦେବା ପରେ ପ୍ରଧାନ ଶିକ୍ଷକ ଶ୍ରୀ ମହାରଣା ଙ୍କ ତତ୍ତ୍ୱାବଧାନରେ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦଙ୍କ ସହଯୋଗରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରି ସବୁଜ ସୁନ୍ଦର ପରିବେଶ ସୃଷ୍ଟି କରି ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ କରିବାରେ ସକ୍ଷମ ହୋଇ ପାରିଥିଲେ। ବିଦ୍ୟାଳୟକୁ ପ୍ରକୃତିମିତ୍ର ପୁରସ୍କାର ପ୍ରାପ୍ତି ହୋଇ ଥିବା ଯୋଗୁଁ ଦିଗପହଣ୍ଡି ବିଇଓ ଏବଂ ସ୍କୁଲ ପରିଚାଳନା କମିଟି ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ