ଏହି ମନ୍ଦିରରେ ସତୀ ପ୍ରଥାକୁ କରାଯାଏ ବିରୋଧ

(ଯୁଗାବ୍ଦ ନ୍ୟୁଜ), ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ । କେତେକ ରାଜପୁତ୍ ସମ୍ପ୍ରଦାୟରେ ସତୀ ପ୍ରଥା ରାଜରାଜୁଡ଼ା ଶାସନ ସମୟରେ ପାଳନ କରାଯାଉଥିଲା । ଜୋହର ବ୍ରତରେ ଅଗ୍ନିରେ ସ୍ୱୟଂକୁ ସମର୍ପିତ କରି ରାଜପୁତ ରମଣୀ ଶତ୍ରୁ ହାତରେ ନ ପଡ଼ିବା ପାଇଁ ଏଭଳି କରୁଥିବା ଇତିହାସରେ ଉଲ୍ଲେଖ ରହିଛି । ରାଜସ୍ଥାନ ଝୁନ୍ଝୁନ୍ରେ ମାତା ସତୀ ଦେବୀଙ୍କ ୪ ଶହ ବର୍ଷ ପୁରୁଣା ମନ୍ଦିର ରହିଛି । ମାତାଙ୍କୁ ଦୁର୍ଗାଙ୍କ ଅବତାର ଭାବେ ପୂଜା କରାଯାଇଥାଏ । ସ୍ଥାନୀୟ ଲୋକେ କୁହନ୍ତି, ମାତା ତାଙ୍କ ସ୍ୱାମୀଙ୍କ ହତ୍ୟାକାରୀଙ୍କୁ ନିପାତ କରି ଜୋହର ବ୍ରତ ପାଳନ କରି ଅଗ୍ନିରେ ଝାସ ଦେଇ ସତୀ ହୋଇଥିଲେ । ତେବେ ମନ୍ଦିରର କାନ୍ଥରେ ସତୀ ପ୍ରଥାକୁ ବିରୋଧ କରାଯାଉଥିବା ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି । କେତେକ କୁହନ୍ତି ରାଜା ରାମମୋହନ ରାୟଙ୍କ ସମୟରେ ମନ୍ଦିରରେ ଏଭଳି ଲେଖାଯାଇଛି । ମନ୍ଦିରରେ ପୂଜାର୍ଚ୍ଚନା କଲେ ଅବିବାହିତ ପୁଅଝିଅଙ୍କ ବିବାହରେ ବାଧା ସୃଷ୍ଟି ହେଉ ନ ଥିବା ଲୋକେ କୁହନ୍ତି । ଏଠାରେ ସପ୍ତାହର ଶନିବାର ଏବଂ ରବିବାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ