ଏୟାର୍ୱେଜ୍କୁ ଋଣ ଦେବା ନିଷ୍ପତ୍ତି ସାମୂହିକ ଭାବେ ହେବ

ନୂଆଦିଲ୍ଲୀ, (ଏଜେନ୍ସି): ନଗଦ ସଙ୍କଟ ସହିତ ସଂଘର୍ଷ କରୁଥିବା ଘରୋଇ କ୍ଷେତ୍ରର ଏୟାର୍ଲାଇନ୍ ଜେଟ୍ ଏୟାର୍ୱେଜ୍କୁ କୌଣସି ପ୍ରକାରର ଆପାତ୍କାଳୀନ କୋଷ ଦେବା ସମ୍ବନ୍ଧୀତ ନିଷ୍ପତ୍ତି ସାର୍ବଜନିକ କ୍ଷେତ୍ରର ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କ୍ (ପିଏନ୍ବି) ଏକୁଟିଆ ଗ୍ରହଣ କରିବନି ବୋଲି ପ୍ରକାଶ କରିଛି । ଏହା ଉପରେ ବ୍ୟାଙ୍କ୍ ଦ୍ୱାରା ସାମୂହିକ ଆଧାରରେ ନିର୍ଣ୍ଣୟ କରାଯିବ । ତେବେ ପିଏନ୍ବି ଜେଟ୍ ଏୟାର୍ୱେଜ୍ ପାଇଁ ୨୦୫୦କୋଟି ଟଙ୍କାର ଆପାତ୍କାଳୀନ କୋଷ ମଞ୍ଜୁର କରିଥିବା ଖବରା ପ୍ରକାଶ ପାଇଛି । ଋଣଦାତା ଏୟାର୍ଲାଇନ୍ ପାଇଁ ସଶକ୍ତ ପରିଯୋଜନା ଅଧିନରେ ସମାଧାନ ଯୋଜନା ଉପରେ ବିଚାର କରୁଛନ୍ତି । ଏହା ଦ୍ୱାରା ଜେଟ୍ ଏୟାର୍ୱେଜ୍ ଶେୟାର ବଜାରକୁ ପଠାଇଥିବା ସୂଚନାରେ ସ୍ପଷ୍ଟ କରିଥିଲେ ଯେ କମ୍ପାନୀକୁ ପିଏନ୍ବି ଠାରୁ କୌଣସି ନୂଆ ଲୋନ୍ ମିଳିନାହିଁ । ପିଏନ୍ବିର ପ୍ରବନ୍ଧ ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସୁନିଲ୍ ମେହେତା କହିଛନ୍ତି ଯେ ଜେଟ୍ ଏୟାର୍ୱେଜ୍କୁ ଅଧିକ ଋଣ ଦେବା ପାଇଁ ସାମୁହିକ ଭାବେ ନିଷ୍ପିତ୍ତି ନିଆଯିବ । ଏସମ୍ବନ୍ଧରେ ପ୍ରସ୍ତାବ ଅଂଶଧାରକଙ୍କ ଭାଗୀଦାରୀ ସହିତ ଆସିବ । ତେବେ ଏହା ଉପରେ ଆଲୋଚନା କରାଯାଉଥିବା ସେ କହିଛନ୍ତି । ପ୍ରକାଶ ଯେ ଜେଯ୍ ଏୟାର୍ୱେଜ୍ ଉପରେ ୮ହଜାର କୋଟି ଟଙ୍କାର ଋଣ ରହିଛି । ତାହାକୁ ମାର୍ଚ୍ଚ ଶେଷ ସୁଦ୍ଧା ୧୭୦୦କୋଟି ଟଙ୍କାର ଋଣ ପରିଶୋଧର ଆବଶ୍ୟକ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ