ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ସହିତ ଏଆଇଏକ୍ସ କନେକ୍ଟର ସମିଶ୍ରଣ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଲିମିଟେଡ୍ ଓ ଏଆଇଏକ୍ସ କନେକ୍ଟ ମଧ୍ୟରେ ସମିଶ୍ରଣ ସମ୍ପୂର୍ଣ୍ଣ ହୋଇଥିବା ବିଷୟରେ ଏୟାର ଇଣ୍ଡିଆ ଗ୍ରୁପ୍ ପକ୍ଷରୁ ଘୋଷଣା କରାଯାଇଛି । ମିଶ୍ରଣରୁ ସୃଷ୍ଟ ନୂଆ ସଂସ୍ଥା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଅଧୀନରେ ପରିଚାଳିତ ହେବ ଏବଂ ଏୟାରଲାଇନ୍ର କୋଡ୍ ହେଉଛି ଆଇଏକ୍ସ । ଏୟାର ଇଣ୍ଡିଆ ଗ୍ରୁପ୍ ପକ୍ଷରୁ ଚାରିଟି କମ୍ପାନିର ମିଶ୍ରଣରେ ଦୁଇଟି କମ୍ପାନି ସୃଷ୍ଟି କରାଯାଉଥିବା ବେଳେ ଏହି ରୂପାନ୍ତରୀକରଣ ଯାତ୍ରାରେ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି । ଗ୍ରୁପ୍ ପକ୍ଷରୁ ଏୟାର ଇଣ୍ଡିଆ ଓ ଭିସ୍ତାରା ମଧ୍ୟରେ ମଧ୍ୟ ମିଶ୍ରଣ କରାଯାଉଛି ଏୟାରଲାଇନ୍ର ନୂଆ ବ୍ରାଣ୍ଡ୍ ଉନ୍ମୋଚନ କରାଯିବାର ଏକ ବର୍ଷ ମଧ୍ୟରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ମିଶ୍ରଣ ପ୍ରକ୍ରିୟା ଶେଷ ହୋଇଛି । ପରିଚାଳନା ମାନୁଆଲ ଓ ଏୟାର ଅପରେଟର ସାର୍ଟିଫିକେଟ୍ର ହସ୍ତାନ୍ତର ହୋଇଛି । ମିଶ୍ରଣର ଜଟିଳତାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ର ମିଳିତ ସହଯୋଗରେ ଏହି କାମ ହୋଇଥିଲା । ଏହାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ବେସମାରିକ ବିମାନ ଚଳାଚଳ ନିରାପତା ବ୍ୟୁରୋ ଓ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ମଧ୍ୟ ଅନୁମୋଦନ ମିଳିଛି ।ମଙ୍ଗଳବାର ଦିନ ନୂଆଦିଲ୍ଲୀର ଡିଜିସିଏ ମୁଖ୍ୟ କାର୍ଯ୍ୟାଳୟରେ ଡିଜିସିଏର ମହାନିର୍ଦ୍ଦେଶକ ବିକ୍ରମ ଦେବ ଦତ ଏୟାର ଅପରେଟର ସାର୍ଟିଫିକେଟ୍କୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ପରିଚାଳନା ନିର୍ଦ୍ଦେଶକ ଆଲୋକ ସିଂହଙ୍କୁ ପ୍ରଦାନ କରିଥିବା ବେଳେ ଏୟର ଇଣ୍ଡିଆର ସିଇଓ ତଥା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ଅଧ୍ୟକ୍ଷ ୱିଲସନ୍ କ୍ୟାମ୍ପବେଲ୍ ଉପସ୍ଥିତ ଥିଲେ ।ଡିଜିସିଏର ମହାନିର୍ଦ୍ଦେଶକ ବିକ୍ରମ ଦେବ ଦତ୍ତ କହିଛନ୍ତି ଯେ,“ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ସହ ଏଆଇଏକ୍ସ କନେକ୍ଟର ସଫଳ ମିଶ୍ରଣ ପ୍ରଶଂସନୀୟ ଏବଂ ଏୟାରଲାଇନ୍ସ ମିଶ୍ରଣ ପାଇଁ ଏକ ମାନଦଣ୍ଡ ଭାବେ କାର୍ଯ୍ୟ କରୁଛି । ବିଶ୍ୱର ତୃତୀୟ ବୃହତମ ବିମାନ ଚଳାଚଳ ବଜାରରେ ଭାରତର ଦ୍ରୁତ ବିକାଶ ପାଇଁ ଦୃଢ଼ ନିୟାମକ ବ୍ୟବସ୍ଥାର ଆବଶ୍ୟକତା ରହିଛି । ଜଟିଳତାକୁ ଦୃଷ୍ଟିରେ ରଖି ଏହି ମାଇଲଖୁଂଟ ହାସଲ କରିବା ଉଭୟ ଡିଜିସିଏ ଓ ଅପରେଟରଙ୍କ ମିଳିତ ଉଦ୍ୟମର ପ୍ରମାଣ ।”ଏୟାର ଇଣ୍ଡିଆ ଏକ୍ସପ୍ରେସର ପରିଚାଳନା ନିର୍ଦ୍ଦେଶକ ଆଲୋକ ସିଂହ କହିଛନ୍ତି ଯେ, “ପ୍ରାୟ ଏକ ବର୍ଷ ତଳେ ଆମେ ଏଆଇଏକ୍ସ କନେକ୍ଟ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକୀକରଣ ଆରମ୍ଭ କରିଥିଲୁ ଏବଂ ଏକ ସାଧାରଣ ବ୍ରାଣ୍ଡ ଅଧୀନରେ ଦୁଇ ସଂସ୍ଥାକୁ ଏକାଠି କରିଥିଲୁ । ଏହା ସହିତ, ଆମେ ଜଟିଳ ଏକୀକରଣ ଅଭ୍ୟାସ ଉପରେ କାର୍ଯ୍ୟ କରିଛୁ ଯାହା ଆଜି ଦୁଇ ସଂସ୍ଥାର ପରିଚାଳନା ଏବଂ ଆଇନଗତ ମିଶ୍ରଣରେ ପରିଣତ ହୋଇଛି । ଡିଜିସିଏ, ବିସିଏଏସ୍ ଏବଂ ଏମଓସିଏ, ଏଆଇଏକ୍ସ ଏବଂ ଗ୍ରୁପ୍ ଲିଡରସିପ୍ ଟିମ୍ ଏବଂ ଅନ୍ୟାନ୍ୟ ସହଯୋଗୀଙ୍କ ମଧ୍ୟରେ ଘନିଷ୍ଠ ସହଯୋଗ ଏହି ଅଭ୍ୟାସକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।”ଏୟାର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଏୟାର ଇଣ୍ଡିଆ ଏକ୍ସପ୍ରେସର ଅଧ୍ୟକ୍ଷ କ୍ୟାମ୍ପବେଲ ୱିଲସନ କହିଛନ୍ତି ଯେ, “ଏୟାର ଇଣ୍ଡିଆ ଏକ୍ସପ୍ରେସ ସହିତ ଏଆଇଏକ୍ସ କନେକ୍ଟର ମିଶ୍ରଣ ଏୟାର ଇଣ୍ଡିଆର ଠସଷବବଦ୍ଭ.ବସ ପରିବର୍ତର୍ନ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ଏହି ମିଶ୍ରଣ ହୋଇଥିବା ସଂସ୍ଥା ଭାରତ ଏବଂ ଏହି ଅଞ୍ଚଳରେ ବିମାନ ଯାତ୍ରାର ବଢୁଥିବା ଚାହିଦାକୁ ପୂରଣ କରିବ । ବିଶେଷକରି ତାଜା ଏବଂ ଅଧିକ ଆକର୍ଷଣୀୟ ମୂଲ୍ୟ ଉତ୍ପାଦ ଖୋଜୁଥିବା ଦେଶର ଆକାଂକ୍ଷୀ ଯୁବକମାନଙ୍କ ଚାହିଦାକୁ ଏହା ପୂରଣ କରିବ । ଏହି ମିଶ୍ରଣ ପରେ ନଭେମ୍ବର ୧୨ରେ ଭିସ୍ତାରାର ଏୟାର ଇଣ୍ଡିଆରେ ମିଶ୍ରଣ ହେବ । ଆମେ ଡିଜିସିଏର ମାର୍ଗଦର୍ଶନରେ କାମ କରି ଏହାକୁ ନିରବଚ୍ଛିନ୍ନ ଭାବେ ଶେଷ କରିବାକୁ ଚାହୁଁଛୁ ।”