ବ୍ୟାଙ୍କ ଅଫ ବରୋଦା ପକ୍ଷରୁ ସ୍ୱଚ୍ଛତା ହିଁ ସେବା ୨୦୨୪ର ଏକ ଅଂଶ ଭାବେ ଦେଶବ୍ୟାପୀ ସ୍ୱଚ୍ଛତା ଅଭିଯାନ ଆୟୋଜିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତ ସରକାରଙ୍କ ୨୦୨୪ ଅକ୍ଟୋବର ୨ ତାରିଖରେ ‘ସ୍ୱଚ୍ଛ ଭାରତ ଦିବସ ୨୦୨୪’ ପାଳନ ଅବସରରେ ସେପ୍ଟେମ୍ବର ୧୪ରୁ ଅକ୍ଟୋବର ପହିଲା ପର୍ଯ୍ୟନ୍ତ ‘ସ୍ୱଚ୍ଛତା ହିଁ ସେବା\’ ଅଭିଯାନ କାର୍ଯ୍ୟକାରୀ କରାଯାଉଛି ।ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ଏବଂ ଅପରିଷ୍କାର ସ୍ଥାନଗୁଡ଼ିକୁ ସ୍ୱଚ୍ଛ କରିବା ଉପରେ ବିଶେଷ ଗୁରୁତ୍ୱ ଦେବା । ଦେଶବ୍ୟାପୀ ଏହି ଅଭିଯାନ ପାଳନର ଏକ ଅଂଶ ଭାବେ ବ୍ୟାଙ୍କ ଅଫ୍ ବରୋଦା ବୃକ୍ଷରୋପଣ ଅଭିଯାନ, ୱାକାଥନ୍ ଏବଂ ସଫେଇ ମିତ୍ରମାନଙ୍କ ପାଇଁ ସ୍ୱାସ୍ଥ୍ୟ ଓ କଲ୍ୟାଣ ଶିବିର ଆୟୋଜନ କରିଛି । ସାରା ଦେଶରେ ଥିବା ବ୍ୟାଙ୍କର କାର୍ଯ୍ୟାଳୟ ଏବଂ ଶାଖାଗୁଡ଼ିକରେ କାର୍ଯ୍ୟରତ ସଫେଇ ମିତ୍ରମାନଙ୍କ ବହୁମୂଲ୍ୟ ଅବଦାନକୁ ସ୍ୱୀକୃତି ଦିଆଯାଇଛି ।\”ଶ୍ରମଦାନ ମାଧ୍ୟମରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା’ ଦିଗରେ ବ୍ୟାଙ୍କର ପ୍ରତିବଦ୍ଧତାର ଏକ ଅଂଶ ଭାବରେ ବ୍ୟାଙ୍କ ସମଗ୍ର ଦେଶରେ ସ୍ୱଚ୍ଛତା ଅଭିଯାନ ଚଳାଇଛି ।ଏହି ଅଭିଯାନ ସମୟରେ ବ୍ୟାଙ୍କ ସମଗ୍ର ଭାରତରେ ପ୍ରତିଷେଧକ ସ୍ୱାସ୍ଥ୍ୟ ସେବା ପାଇଁ \”ସଫେଇମିତ୍ର ସୁରକ୍ଷା ଶିବିର’ର ଆୟୋଜନ କରୁଛି । ମୁମ୍ବାଇସ୍ଥିତ କର୍ପୋରେଟ କାର୍ଯ୍ୟାଳୟରେ ସଫେଇ କର୍ମଚାରୀଙ୍କ ପାଇଁ ବ୍ୟାଙ୍କ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା ।ବ୍ୟାଙ୍କ ଅଫ୍ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଶ୍ରୀ ଦେବଦତ୍ତ ଚାନ୍ଦ; କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଲାଲ ସିଂ ଏବଂ ଶ୍ରୀମତୀ ବୀଣା ୱାହିଦ, ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ଦୀକ୍ଷିତଙ୍କ ସମେତ ଅନ୍ୟ ବରିଷ୍ଠ କାର୍ଯ୍ୟନିର୍ବାହୀ ଏବଂ କର୍ମଚାରମାନଙ୍କ ଅଂଶଗ୍ରହଣରେ ମୁମ୍ବାଇରେ \”ସ୍ୱଭାବ ସ୍ୱଚ୍ଛତା – ସଂସ୍କାର ସ୍ୱଚ୍ଛତା’ ଅଭିଯାନ ଆରମ୍ଭ ହୋଇଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ