ଓଁ ଶାନ୍ତି ଭଉଣୀ ମ।।ନଙ୍କ ଗହନଯୋଗୀ ଭଟ୍ଟ କାର୍ଯ୍ୟ ଉଦଘାଟିତ
ବ୍ରହ୍ମପୁର ( ଯୁଗାବ୍ଦ ନ୍ୟୁଜ ) : ବ୍ରହ୍ମକୁମାରୀସ ପ୍ରଭୁ ରିଟ୍ରିଟ୍ ସେଣ୍ଟରରେ ସମପିଁତ ଶିକ୍ଷିକା ଭଉଣୀ ମାନଙ୍କର ଗହନ ଯୋଗ ଭଟ୍ଟକାର୍ଯ୍ୟ ଉଦଘାଟିତ ହୋଇଯାଇଛି । ରାମଚନ୍ଦ୍ରପୁର ଠାରେ ସମର୍ପିତା ଶିକ୍ଷିକା ଭଉଣୀ ମାନଙ୍କର ୪ ଦିନିଆ ଗହନ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରୁପେ ଏସବିଆର ମହିଳା ବିଶ୍ୱ ବିଦ୍ୟାଳୟର ପ୍ରଫେସର ସଂଙ୍ଗିତା ନିଜ ବକ୍ତବ୍ୟରେ କହିଥିଲେ ମନୁଷ୍ୟ ମଧ୍ୟରେ ଯେଉଁ ଅସ୍ଥିରତା ଦେଖାଦେଉଛି ତାହା ରାଜଯୋଗ ମାଧ୍ୟମରେ ମନକୁ ଶାନ୍ତ ଓ ଜୀବନରେ ସୁଖ ପ୍ରାପ୍ତ ହୋଇପାରିବ ବୋଲି ବକ୍ତବ୍ୟରେ ଦେଇଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ରାଜଯୋଗୀନି ମାନେ ରୋଗ ,ଶୋକ , ନାମ,କୂଳ ଓ ଶିକ୍ଷାଗତ ଯୋଗ୍ୟତା ଠାରୁ ବଞ୍ଚାଇପାରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ରାଜଯୋଗିନୀ ୨୦୦ ଜଣ ମହିଳା ଯୋଗଦେଇଥିଲେ ।


