ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ବୁଧବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୧୮ଜଣ ଓଏଏସ୍  ଙ୍କୁ ବଦଳି ହୋଇଛି । ଏଥିରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ଅତିରିକ୍ତ ସଚିବ କୃଷ୍ଣ ପ୍ରସାଦ ପତିଙ୍କୁ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ସେହିପରି କେନ୍ଦୁଝର ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚରଣ ମାଝୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ, ଇଡକୋ ମହାପ୍ରବନ୍ଧକ ଗଣେଶ୍ୱର ଜେନାଙ୍କୁ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ଯୁଗ୍ମ ସଚିବ ମହେଶ୍ୱର ପାଣିଗ୍ରାହୀଙ୍କୁ କେନ୍ଦୁଝର ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, କଟକ ଏଡିଏମ୍ ଶ୍ରୀକାନ୍ତ ତରାଇଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦର ସମ୍ପାଦକ, ଖଣି ବିଭାଗର ଯୁଗ୍ମ ସଚିବ ଶୁଭେନ୍ଦ୍ର କୁମାର ନାୟକଙ୍କୁ ଗଞ୍ଜାମ ଏଡିଏମ୍, ଓଡ଼ିଶା ଏସ୍ଟି ଏବଂ ଏସସି ଡେଭଲପମେଣ୍ଟ ଫାଇନାନ୍ସ କୋଅପରେଟିଭ୍ କୋଅପରେସନ୍ ଲିମିଟେଡର ମହାପ୍ରବନ୍ଧକ ବାଳମୁକୁନ୍ଦ ଭୂୟାଁଙ୍କୁ ମାଲକାନଗିରି ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଗଞ୍ଜାମ ଏଡିଏମ ଲକ୍ଷ୍ମୀକାନ୍ତ ସେଠୀଙ୍କୁ ଶ୍ରମ ଓ ଇଏସ୍ଆଇ ବିଭାଗର ଯୁଗ୍ମ ସଚିବ, କଳାହାଣ୍ଡି ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ଞାନରଂଜନ ଭଞ୍ଜଦେଓଙ୍କୁ ଗଜପତି ଜିଲ୍ଲା ଏଡିଏମ୍, ମହିଳା ଓ ଶିଶୁ ଉନ୍ନୟନ ଏବଂ ମିସନ୍ ଶକ୍ତି ବିଭାଗର ଯୁଗ୍ମ ସଚିବ ଧରଣୀଧର ନନ୍ଦଙ୍କୁ କଟକ ଏଡିଏମ୍, ଏସ୍ଏସ୍ଆଣ୍ଡ୍ ଇପିଡି ବିଭାଗର ଯୁଗ୍ମ ସଚିବ ପ୍ରଭାତ କୁମାର ମହାପାତ୍ରଙ୍କୁ କଳାହାଣ୍ଡି ଜିଲ୍ଲା ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ, ଫୁଲବାଣୀ ଉପଜିଲ୍ଲାପାଳ ଦୋଳମଣି ପଟେଲଙ୍କୁ ରେଢାଖୋଲ ଉପଜିଲ୍ଲାପାଳ,ଆଠଗଡ଼ ବିଡିଓ ଆଜମ୍ବର ମହାନ୍ତିଙ୍କୁ ଢେଙ୍କାନାଳ ଡିଆରଡିଏ ଏପିଡି, ପାରଳାଖେମୁଣ୍ଡି ଅତିରିକ୍ତ ଉପଜିଲ୍ଲାପାଳ ସରୋଜ କୁମାର ବେହେରାଙ୍କୁ ପାରଳାଖେମୁଣ୍ଡି ଆଇଟିଡିଏର ପିଏ, ଧର୍ମଗଡ଼ ବିଡିଓ ଅଶୋକ କୁମାର ଭୋଇଙ୍କୁ ବୀରମହାରାଜପୁର ଉପଜିଲ୍ଲାପାଳ, ପାରଳାଖେମୁଣ୍ଡି ଆଇଟିଡିଏର ପିଏ ଶେଷଦେବ ମିଶ୍ରଙ୍କୁ ପାଳରାଖେମୁଣ୍ଡି ଅତିରିକ୍ତ ଉପଜିଲ୍ଲାପାଳ, ହେମଗିରି ବିଡିଓ ସୁରେଶ ଚନ୍ଦ୍ର ପ୍ରଧାନଙ୍କୁ ଫୁଲବାଣୀ ଆଇଟିଡିଏର ପିଏ ଭାବେ ବଦଳି କରାଯାଇଛି ।
ସେହିପରି ବିଧାନସଭା ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ରବୀନ୍ଦ୍ର କୁମାର ସେଠୀଙ୍କୁ ତାଙ୍କର ମୂଳ ଦାୟିତ୍ୱ ସହ କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀଙ୍କ ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ