ଓକିଲଙ୍କ ଉତ୍ତର ଦାୟିତ୍ୱ ନିୟନ୍ତୁ ସରକାର

ବ୍ରହ୍ମପୁର, (ଅନିଲ କୁମାର):ଆଜି ନିଖିଳ ଓଡିଶା ଆଇନଜୀବୀ ସଂଘର କାର୍ଯ୍ୟକାରିଣୀ ବୈଠକ ଗୋପାଳପୁର ଠାରେ ଓଡିଶା ହାଇକୋର୍ଟର ବରିଷ୍ଟ ଆଇନଜୀବୀ ଶ୍ରୀ ମାନସ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ଏହି ବର୍ଷ ସଂଘର ବାର୍ଷିକ ସମ୍ମିଳନୀ କଟକ, ବାଲେଶ୍ୱର କିମ୍ବା ବାରିପଦାରେ କରାଯିବ ପାଇଁ ଆଲୋଚନା ହୋଇଥିଲା l ଆଇନଜୀବୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି ସଂଘ ଦାବୀ କରିଛି ଯେ ଓକିଲଙ୍କ ଉତ୍ତର ଦାୟିତ୍ୱ ସରକାର ନିୟନ୍ତୁ l ଦିଲ୍ଲୀ, କେରଳ, ତେଲେଙ୍ଗାନା ପ୍ରଭୁତି ରାଜ୍ୟରେ ଓକିଲଙ୍କ ସାମାଜିକ ନିରାପତା ପାଇଁ ସରକାର ପଦକ୍ଷେପ ନେଉଥିବା ବେଳେ ଓଡିଶା ସରକାର ଚୁପ ରହୁଛନ୍ତି l ଆଇନଜୀବିଙ୍କ ମୃତ୍ୟୁ କାଳୀନ ସହାୟତା ରାଶିକୁ ବୃଦ୍ଧି କରିବା, ଦଶଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଦେବା, ଦୁର୍ଘଟଣା ସହାୟତା ରାଶିକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି l ଏହା ସହ ଭୁବନେଶ୍ୱରରେ ଏକ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିୟା ଯାଇଛି lଏହି ବୈଠକରେ ବରିଷ୍ଠ ଆଇନଜୀବି ଶିଶିର ପଢି,ଜ୍ୟୋତି ରଥ,ଅକ୍ଷୟ ପତି, ସୁଶାନ୍ତ ବରଡ଼ା,ପ୍ରଦୀପ ପଟ୍ଟନାୟକ,ନିରଞ୍ଜନ ନାୟକ,ନିର୍ମଳ ସାହୁ, ଗୋପାଳ ପଣ୍ଡା,,ରଘୁନାଥ ପାଣିଗ୍ରାହୀ, ପ୍ରଦୀପ ଶତପଥୀ, ବରୁଣ ଗୌଡ଼, ପୀତବାସ ପଣ୍ଡା,ପ୍ରଦୀପ ପଣ୍ଡା, ଅନିଲ ପରିଡା,ପ୍ରକାଶ ଦାସ, ଅରୁଣ ରାଉତ, ଶ୍ରଦ୍ଧାଞ୍ଜଳି ସାହୁ, ସୂର୍ଯ୍ୟ ମିଶ୍ର, ପ୍ରସନ୍ନ ନନ୍ଦ, ଦେବରାଜ ବେହେରା ପ୍ରମୁଖ ଯୋଗ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ