ଏନ.ଏସ.ଏସ. ୟୁନିଟ-୧ ପକ୍ଷରୁ ବନମହୋତ୍ସବ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜର ଜାତୀୟ ସେବା ଯୋଜନା (ଏନ.ଏସ.ଏସ.) ୟୁନିଟ-୧ ପକ୍ଷରୁ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ରନାଥ ପୋଲାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ବୃନ୍ଦ କଲେଜ ପରିସରରେ ବୃକ୍ଷ ରୋପଣ କରିଥିଲେ। କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ପ୍ରଥମେ ଚାରା ରୋପଣ କରି ବନାମହୋତ୍ସବ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏଥିସହ ଏନଏସଏସ ସ୍ବେଚ୍ଛାସେବୀଙ୍କୁ ବୃକ୍ଷ ରୋପଣ କରିବା ଦ୍ୱରା ଯେଉଁ ସବୁ ଉପକାର ହୁଏ ସେହି ବିଷୟରେ ଆଲୋକପାତ କରିଥିଲେ। ଅଧ୍ୟାପକ ଡକ୍ଟର ପ୍ରଦୀପ କୁମାର ଦାଶ ବନମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇ ଚାରା ରୋପଣ କରିବା ସହ ଏନଏସଏସ ସ୍ବେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ। ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ବୃନ୍ଦ କଲେଜ ପରିସରରେ ବିଭିନ୍ନ ପ୍ରକାର ଚାରା ରୋପଣ କରି ବନମହୋତ୍ସବ ପାଳନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ