ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ;ପ୍ରଦୀପ ସଭାପତି,ସଂପାଦକ ଏଲ.ଗୋପାଳ

ଛତ୍ରପୁର,(ଦେବଦତ୍ତ ମହାରଣା) :  ଛତ୍ରପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ହୋଇଛି । ସଭାପତି ଭାବେ ପ୍ରଦୀପ କୁମାର ପାଢୀ, ସଂପାଦକ ଏଲ୍‌.ଗୋପାଳ ରାଓ ଏବଂ ଉପସଭାପତି ଡମିନାଥ ସାହୁ ଓ ଲାଇବ୍ରେରୀ ଓ ସେମିନାର ସଂପାଦକ ଭାବେ ସୁରେଶ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି ।  ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କାର୍ଯ୍ୟକ୍ରମ ରହିଥିଲା । ସମୁଦାୟ ୧୫୮ଜଣ ସଦସ୍ୟ ମତଦାନ କରିଥିଲେ । ପରେ ଭୋଟ ଗଣତି କରି ମୁଖ୍ୟ ନିର୍ବାଚନ ଅଧିକାରୀ ସିଏଚ୍‌. ସୂର୍ଯ୍ୟ ନାରାୟଣ ରେଡ୍ଡୀ ଫଳାଫଳା ଘୋଷଣା କରିଥିଲେ । ସଭାପତି ପ୍ରଦୀପ କୁମାର ପାଢୀ ନିକଟତର ପ୍ରତିଦ୍ୱନ୍ଦୀ ବ୍ରଜମୋହନ ଆଚାର୍ଯ୍ୟଙ୍କ ଠାରୁ ୬୧ଟି ଅଧିକା ଭୋଟ ବ୍ୟବଧାନରେ ସମୁଦାୟ ୧୦୦ ଭୋଟ ପାଇ ବିଜୟୀ ହୋଇଥିଲେ । ସେହିପରି ସଂପାଦକ ଏଲ୍‌.ଗୋପାଳ ରାଓ ନିକଟତମ ପ୍ରତିଦ୍ୱନ୍ଦୀ ଏସ.ଶ୍ୟାମ କୁମାରଙ୍କ ଠାରୁ ୧୮ଟି ଅଧିକା ଭୋଟ ବ୍ୟବଧାନରେ ସମୁଦାୟ ୮୮ ଭୋଟ ପାଇ ବିଜୟୀ ହୋଇଥିଲେ । ସଭାପତି ପଦବୀ ପାଇଁ ପ୍ରଦୀପ କୁମାର ପାଢୀ, ବ୍ରଜମୋହନ ଆଚାର୍ଯ୍ୟ ଓ କେ.କମଲ ଲୋଚନ ଦାଶ ତ୍ରମୁଖୀ ପ୍ରତିଦ୍ୱନ୍ଦୀତ୍ୱ କରୁଥିବା ବେଳେ ଉପସଭାପତି ପାଇଁ ଡମିନାଥ ସାହୁ, ବାବୁ ନାହାକ ଓ ସନ୍ତୋଷ କୁମାର ପଶୁପାଳ, ସଂପାଦକ ପାଇଁ ଏଲ୍‌.ଗୋପାଲ ରାଓ ଓ ଏସ୍‌.ଶ୍ୟାମ କୁମାର ରାଓ ଏବଂ ଲାଇବ୍ରେରୀ ଓ ସେମିନାର ସଂପାଦକ ପାଇଁ ସୁରେଶ କୁମାର ପଟ୍ଟନାୟକ ଓ ଜିତୁନ କୁମାର ପାଢୀ ପ୍ରମୁଖ ନିର୍ବାଚନରେ ଭାଗ ନେଇଥିଲେ । ସହକାରୀ ନିର୍ବାଚନ ଅଧିକାରୀ ଭାବେ ସନ୍ତୋଷ କୁମାର ସାହୁ ଓ ସଞ୍ଜୟ କୁମାର ବେହେରା ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ । ସୋମବାର ଦିନ ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ପ୍ଧଙ୍ଖ କାର୍ଯ୍ୟକ୍ରମ ରହିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ