ଓକିଲ ସଂଘ ପକ୍ଷରୁ ଦାବି ପତ୍ର
(ଯୁଗାବ୍ଦ ନ୍ୟୁଜ) ନୂତନ ଟ୍ରାଫିକ ନିୟମ କଡାକଡି ହେବା ପରେ ହେଲମେଟ ନପିନ୍ଧଲେ ଜରିମାନା ପରିମାଣ ଯେପରି ବଢିଯାଇଛି ସେହିପରି ଗାଡିର କାଗଜପତ୍ର ,ଡିଏଲ,ଆରସି ବୁକ,ଫିଟନେଓ ,ପଲ୍ୟୁସନ ଚେକିଂ ସାର୍ଟିଫିକେଟ ଆଦି ନଥିଲେ ଜରିମାନା ଭରିବାକୁ ପଡୁଛି । ଏଥିପାଇଁ ସମସ୍ତେ ଲାଗିପଡିଛନ୍ତି ପରିବହନ କାର୍ଯ୍ୟାଳକୁ ଯାଇ ନିଜର କାଗଜ ପତ୍ର କରାଇ ନେବା ପାଇଁ, ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଭଞ୍ଜନଗର ରେ ରହିଛି ପରିବହନ କାର୍ଯ୍ୟାଳୟ ତେବେ ବ୍ରହ୍ମପୁର ସହରରେ ଯାନବାହାନ ସଂଖ୍ୟା ଅଧିକ ଥିବାରୁ ଏଠାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ର ଏକ ଶାଖା ପ୍ରତିଷ୍ଠା କରିବା ଦାବୀ ରେ ଗଞ୍ଜାମ ଓକିଲ ସଂଘ ର କିଛି ସଦସ୍ୟ ଉପଜିଲ୍ଲାପାଳ ସିନେଧ ଦତାତ୍ରେୟ ଭାଉସାହେବ ଙ୍କୁ ଭେଟି ଏ ସର୍ମ୍ପକରେ ଜଣାଇଛନ୍ତି ।