ମାନବ ସୁରକ୍ଷା ପକ୍ଷରୁ ଘଣ୍ଟ ଯାତ୍ରା
ବ୍ରହ୍ନପୁର ସହରର ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନ କରୁଥିବା ମାନବ ସୁରକ୍ଷା ମଂଚ ପକ୍ଷରୁ ସୋମବାର ଘଣ୍ଟ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣ ଓଡିଶା ପ୍ରମୁଖ ସହର ବ୍ରହ୍ଣପୁର ଚିକିତ୍ସା କେନ୍ଦ୍ରରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାର ସମାଧାନ କିପରି କରାଯିବ ତାକୁ ନେଇ ରାଜସ୍ବ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋପ କରିଛନ୍ତି ମାନବ ସୁରକ୍ଷା ମଂଚର ସଦସ୍ୟ । ଏହା ସହ ରାଜ୍ୟରେ ଥିବା ବିଭିନ୍ନ ମେଡିକାଲ କଲେଜରେ କିପରି ଉନ୍ନତମାନର ଚିକିତ୍ସା ସାଧାରଣ ଲୋକ ପାଇବେ ସେନେଇ ମଂଚ ପକ୍ଷରୁ ଦାବୀ ଉପସ୍ଥପନା କରିଯାଇଥିଲା । ଏହି ବିକ୍ଷୋପ ପ୍ରଦର୍ଶନରେ ସାମିଲ ଥିଲେ ସଂଗଠନର ସଂଯୋଜକ ଅବନି ଗୟା,ମନୋଜ କୁମାର ତରାଇ,ଶ୍ୟାମ ସୁନ୍ଦର ଖାଡଙ୍ଗା ପ୍ରମୁଖ ।


