ଓଡ଼ିଆ ଅଧ୍ୟାପକ ସଙ୍ଗୋଷ୍ଠୀ ପକ୍ଷରୁ ଅବସରପ୍ରାପ୍ତ ମୁଖ୍ୟ ଅଧ୍ୟାପକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ଅଧ୍ୟାପକ ସଙ୍ଗୋଷ୍ଠୀ ପକ୍ଷରୁ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିକଟରେ ଅବସର ଗ୍ରହଣ କରିଥିବା ମୂଖ୍ୟ ଅଧ୍ୟାପକ ଡ଼.ଶ୍ୟାମ ସୁନ୍ଦର ଡାଙ୍ଗୁଆଙ୍କ ବହୁମୁଖୀ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ। ରାଇକିଆ ସ୍ଥିତ ଜୀବନଜ୍ୟୋତି ମହାବିଦ୍ୟାଳୟ ରେ ଦୀର୍ଘ ଦିନ ଧରି ସେ ଅଧ୍ୟାପନା କରିଥିଲେ। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମୂଲ୍ୟାୟନ କେନ୍ଦ୍ରରେ ନିୟୋଜିତ ସମସ୍ତ ଓଡ଼ିଆ ଅଧ୍ୟାପକ ଅଧ୍ୟାପିକାମାନେ ଏଥିରେ ଅଂଶଗ୍ରହଣ କରି ସ୍ମୃତି ଚାରଣ କରିଥିଲେ। ଡ଼.ନଳିନୀ କୁମାର ପାଣିଗ୍ରାହୀ ଅଧ୍ୟକ୍ଷ ଅଶୋକ କୁମାର ପାଣି, ଅଧ୍ୟକ୍ଷ ଡ଼ଃ ବିଶ୍ଵେଶ୍ଵର ଆଚାର୍ଯ୍ୟ, ମନୋରଞ୍ଜନ ବଳିୟାର ସିଂ ଡ଼ ବିରଞ୍ଚିନାରାୟଣ ସାହୁ, ଅଧ୍ୟାପିକା ସ୍ନେହଲତା ମାଝୀ, ରୋଜାଲିନ୍ ଭୋଇ ପ୍ରମୁଖ ଉପସ୍ଥିତ ରହି ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ