ଓଡ଼ିଆ ଅସ୍ମିତା ଓ ରାଜ୍ୟପାହ୍ୟା ମାନ୍ୟତା

ଗତ ଜୁନ୍ ମାସରେ ଶେଷ ହୋଇଛି ଦେଶର ଅଷ୍ଟାଦଶ ଲୋକସଭା ନିର୍ବାଚନ ସହିତ ଚାରୋଟି ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକିମ୍ ଏବଂ ଓଡ଼ିଶାରେ ବିଧାନସଭା ନିର୍ବାଚନ । ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ଭାରତୀୟ ଜନତା ପାର୍ଟି ରାଜ୍ୟରେ କ୍ଷମତା ହାସଲ କରିଛି ଏବଂ ଦୀର୍ଘ ୨୪ ବର୍ଷ ଧରି ରାଜ୍ୟର ଶାସନଡ଼ୋର ଧରିଥିବା ବିଜୁ ଜନତା ଦଳ କ୍ଷମତାଚ୍ୟୁତ ହୋଇଛି । ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ପ୍ରତିରକ୍ଷାମନ୍ତ୍ରୀ, ରେଳମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବହୁ ସାଂସଦ ତୁହାକୁ ତୁହା ଓଡ଼ିଶାଗସ୍ତରେ ଆସି ବିଭିନ୍ନ ବିଜୟ ସଂକଳ୍ପ ସମାବେଶରେ ୨୪ ବର୍ଷ ଧରି ଶାସନ କରି ଆସୁଥିବା ବିଜୁ ଜନତା ଦଳର ଜନବିରୋଧୀ କାର୍ଯ୍ୟକୁ ତୀବ୍ର ବିରୋଧ କରିବା ସହ ଓଡ଼ିଆର ଅସ୍ମିତା ଓ ରତ୍ନ ଭଣ୍ଡାରକୁ ମୁଖ୍ୟ ପ୍ରସଙ୍ଗ କରିଥିଲେ ଏବଂ ବିଜେପି ଶାସନକୁ ଆସିଲେ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ସହିତ ଖୁବ୍ କମ୍ ଦିନ ମଧ୍ୟରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଓ ରତ୍ନଭଣ୍ଡାର ଚାବି ହଜିବା ଘଟଣା ସାର୍ବଜନୀନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ପରିବର୍ତ୍ତନ ହୋଇଛି ଏବଂ ଦୀର୍ଘ ୨୪ ବର୍ଷ ପରେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ କ୍ଷମତା ହାସଲ କରିଛି । ଫଳରେ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ପଥ ପରିଷ୍କାର ହୋଇଯାଇଛି ।
ଶାସନକୁ ଆସିବା ପରେ ନୂଆ ସରକାରଙ୍କ ପାଇଁ ରାଜ୍ୟର ତିନୋଟି ପ୍ରମୁଖ ପ୍ରସଙ୍ଗ ଆହ୍ୱାନ ସୃଷ୍ଟି କରିଛି । ଦୀର୍ଘଦିନ ଧରି ଛତିଶଗଡ଼ ସହିତ ମହାନଦୀ ଜଳ ସମସ୍ୟା, କୋଟିଆ ପ୍ରସଙ୍ଗ ଓ ପୋଲାଭରମ ପ୍ରକଳ୍ପକୁ ନେଇ ଓଡ଼ିଶାରେ ବିବାଦ ଲାଗି ରହିଛି । ମଧ୍ୟପ୍ରଦେଶର ଅମରକଣ୍ଟକ ମାଳଭୂମିରୁ ବାହାରିଥିବା ମହାନଦୀ ଓଡ଼ିଶାର ଜୀବନରେଖା । ୯୦୦ କିଲୋମିଟର ପରିବ୍ୟାପ୍ତ ମହାନଦୀ ଓଡ଼ିଶାର ପ୍ରାୟ ୫୦୦ କିଲୋମିଟର ଅଞ୍ଚଳ ଦେଇ ପାରାଦ୍ୱୀପ ନିକଟରେ ବଙ୍ଗୋପସାଗରରେ ବିଲୀନ ହୋଇଛି । ମହାନଦୀ ଉପରେ କଟକ, ବୌଦ୍ଧ, ସୁବର୍ଣ୍ଣପୁର, ନୟାଗଡ଼, ସମ୍ବଲପୁର, ଅନୁଗୁଳ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଜିଲ୍ଲାର ଲୋକମାନେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ନିର୍ଭରଶୀଳ । ଏହିସବୁ ଜିଲ୍ଲାର ଚାଷୀଭାଇମାନେ ମହାନଦୀ ପାଣି ଉପରେ ନିର୍ଭର କରି ଚାଷକାର୍ଯ୍ୟ କରିଥାନ୍ତି । ମାତ୍ର ଛତିଶଗଡ଼ ସରକାର ମହାନଦୀ ଉପରମୁଣ୍ଡରେ ଶତାଧିକ ବ୍ୟାରେଜ ନିର୍ମାଣ କରିବାରୁ ମହାନଦୀ ପାଣି ଉପରମୁଣ୍ଡରେ ଅଟକି ରହୁଛି । ଫଳରେ ବର୍ଷାଋତୁ ବ୍ୟତୀତ ଅନ୍ୟସବୁ ସମୟରେ ମହାନଦୀ ଶୁଖିଲା ରହୁଛି । ମହାନଦୀରେ ପାଣିର ଅଭାବରୁ ଓଡ଼ିଶାର ଚାଷୀଭାଇମାନେ ଚାଷକାର୍ଯ୍ୟରେ ଘୋର ବିପର୍ଯ୍ୟର ସମ୍ମୁଖୀନ ହେଉଛନ୍ତି । ତେଣୁ ଛତିଶଗଡ଼ ସରକାରଙ୍କ ମନମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ ଓଡ଼ିଶାରେ ତୀବ୍ର ପ୍ରତିବାଦ ଫଳରେ ତତ୍କାଳୀନ ରାଜ୍ୟ ସରକାର ମହାନଦୀକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମହାନଦୀ ଜଳ ବିବାଦର ସମାଧାନ ପାଇଁ ଉଭୟ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଟ୍ରିବୁନାଲ ଗଠିତ ହୋଇଥିଲା । ମାତ୍ର ଏପର୍ଯ୍ୟନ୍ତ ଏହି ଟ୍ରିବୁନାଲ ମହାନଦୀ ଜଳ ବିବାଦ ସମାଧାନର ବାଟ ବାହାର କରିପାରି ନାହିଁ । ନୂଆ ସରକାର ସବୁବେଳେ କୃଷି ଓ କୃଷକଙ୍କ ଉପରେ ଗୁରତ୍ୱ ଦେଇ ଆସିଛି । ଶାସନକୁ ଆସିବା ପରେ ଧାନ କୁଇଣ୍ଟାଲ ୩୧୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ଛତିଶଗଡ଼ରେ ବିଜେପି ସରକାର, କେନ୍ଦ୍ରରେ ମଧ୍ୟ ବିଜେପି ସରକାର ରହିଛି । ତେଣୁ କୃଷି ଓ କୃଷକଙ୍କ ସ୍ୱାର୍ଥ ଦୃଷ୍ଟିରୁ ତଥା ଓଡ଼ିଶାର ସମୂହିକ ବିକାଶ ପାଇଁ ନୂଆ ସରକାର ମହାନଦୀ ଜଳ ବିବାଦର ସମାଧାନ କରିବେ ବୋଲି ଆଶା କରାଯାଉଛି ।
ମହାନଦୀ ଜଳ ବିବାଦ ଭଳି ପୋଲାଭରମ ପ୍ରକଳ୍ପକୁ ନେଇ ଆନ୍ଧ୍ର ସହିତ ଓଡ଼ିଶାର ଦୀର୍ଘଦିନ ଧରି ବିବାଦ ଲାଗି ରହିଛି । ଆନ୍ଧ୍ର ସରକାର ଗୋଦାବରୀ ନଦୀ ଉପରେ ବହୁମୁଖୀ ପୋଲାଭରମ ପ୍ରକଳ୍ପ ନିର୍ମାଣ କରିଛନ୍ତି । ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ୭୬ ପ୍ରତିଶତ ସମ୍ପୂର୍ଣ୍ଣ ହୋଇସାରିଛି । ପୋଲାଭରମ ପ୍ରକଳ୍ପ ଯୋଗୁଁ ଓଡ଼ିଶାର ମାଲକାନଗିରି ଜିଲ୍ଲାର ହଜାର ହଜାର ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବିଶେଷ କ୍ଷତିଗ୍ରସ୍ତର ସମ୍ମୁଖୀନ ହେବେ । ଓଡ଼ିଶା ସରକାର ଏହି ପ୍ରକଳ୍ପର ଉଚ୍ଚତା ବୃଦ୍ଧି ନ କରିବା ପାଇଁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ଆନ୍ଧ୍ର ସରକାର ଏଥିପ୍ରତି ଭ୍ରୁକ୍ଷେପ କରୁନାହାଁନ୍ତି । ୨୦୨୪ ସାଧାରଣ ନିର୍ବାଚନ ପରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଚନ୍ଦ୍ରବାବୁ ନାଇଡୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ଚନ୍ଦ୍ରବାବୁ ନାଇଡୁ ପୋଲାଭରମ ପ୍ରକଳ୍ପକୁ ଅନୁଧ୍ୟାନ କରିବା ସହିତ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାଫଳରେ ମାଲକାନଗିରି ଜିଲ୍ଲାରେ ତୀବ୍ର ପ୍ରତିବାଦର ସ୍ୱର ଉପୁଜିଛି । ପୋଲାଭରମ ପ୍ରକଳ୍ପ ସମ୍ପର୍କରେ ପୂର୍ବ ସରକାର ଏହି ସମସ୍ୟା ନେଇ ସର୍ବୋଚ୍ଚ ନ୍ୟାୟରେ ମାମଲା ଦାୟର କରିଥିଲେ ମଧ୍ୟ ତାହା ଆଗକୁ ବଢିପାରୁ ନାହିଁ । ଗତ ମଇ ମାସରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଏକ ରିପୋର୍ଟ ଦାଖଲ କରାଯାଇଥିଲା । ରିପୋର୍ଟ ମୁତାବକ ପୋଲାଭରମ ପ୍ରକଳ୍ପ ଦାରା ଓଡ଼ିଶାର ପ୍ରଭୂତ କ୍ଷତି ଘଟିବ । ସେହିପରି ପରିବେଶବିତ୍‌ମାନେ ମଧ୍ୟ ପୋଲାଭରମ ପ୍ରକଳ୍ପ ମାଲକାନଗିରି ଜିଲ୍ଲା ପାଇଁ ବିପଦ ସୃଷ୍ଟି କରିବ ବୋଲି ସତର୍କ କରାଇଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରି ଜିଲ୍ଲାର ୨୦ ଭାଗ ଅଞ୍ଚଳ ଜଳମଗ୍ନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏଥିରେ ପ୍ରାୟ ୭ଟି ପଞ୍ଚାୟତର ଜମି ଜଳମଗ୍ନ ହେବା ସହ ୩ଟି ପଞ୍ଚାୟତର ବାସିନ୍ଦା ବାସଚ୍ୟୁତ ହେବେ ବୋଲି ଅନୁମାନ କରାଯାଉଛି । ପୋଲାଭରମ ପ୍ରକଳ୍ପକୁ ନେଇ ବିଭିନ୍ନ ସମୟରେ ପ୍ରତିବାଦର ସ୍ୱର ଉଠିଛି । ମୋଟୁଠାରେ ସାବୋରୀ ନଦୀରେ ଜଳ ସତ୍ୟାଗ୍ରହ, ଶୋଭାଯାତ୍ରା, ଧାରଣା ଦିଆଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ପୋଲାଭରମ ପ୍ରକଳ୍ପ ବନ୍ଦ କରିବା ତ ଦୂରର କଥା ଓଡ଼ିଶାର ଆପତ୍ତି ଅଭିଯୋଗ ପ୍ରତି ଧ୍ୟାନ ନଦେଇ ଆନ୍ଧ୍ରକୁ
ସୁବାସ କୁମାର ତାରଣିଆଁ
ମୋ : ୮୩୨୮୮୪୦୨୧୪

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ