ଓଡ଼ିଆ ଜାତୀୟ ଆଲୋଚନା ପାଇଁ ପ୍ରସ୍ତୁତି ବୈଠକ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ମୟୂରଭଞ୍ଜ ସାହିତ୍ୟ ଏକାଡେମୀ ଓ ସୀମାନ୍ତ ଯୁବ ମହୋତ୍ସବ ସମିତି ଦ୍ୱାରା ମିଳିତ ଭାବେ ଝାରପୋଖରିଆ, ବମ୍ବେଛକ ଦୁର୍ଗାପୂଜା ପଡିଆ ଠାରେ ଏକ ଓଡ଼ିଆ ଜାତୀୟ ଆଲୋଚନା ଚକ୍ର “ଲୋକସାହିତ୍ୟ, ଲୋକଜୀବନର ମୁକୁର ” ଶୀର୍ଷକରେ 16 ଫେବୃଆରୀ ସକାଳ 9ଟା ବେଳେ ଆୟୋଜିତ ହେବ ବୋଲି ପ୍ରସ୍ତୁତି ବୈଠକ ରେ ଏକାଡେମୀ ର ସଭାପତି ଡକ୍ଟର ସରୋଜ ନାୟକ ଓ ଆବାହକ ଶିଶିର ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି l କାର୍ଯ୍ୟକlରି ସଭାପତି ଅଧ୍ୟାପକ ସମରେନ୍ଦ୍ର ବସାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକ ରେ ସୀମାନ୍ତ ଯୁବ ମହୋତ୍ସବ ସମିତି ର ସଭାପତି ଅଶୋକ ପୁଷ୍ଟି, ବରିଷ୍ଠ କବି ଅମିତାଭ ମିଶ୍ର, ଶିକ୍ଷକ ଦୀପକ ରାମ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ବିଭିନ୍ନ ପ୍ରସ୍ତାବ ଓ ଉପଦେଶ ପ୍ରଦାନ କରିଥିଲେ l ଏହି ଜାତୀୟ ଆଲୋଚନା ଚକ୍ରରେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା, ଶ୍ରୀରାମ ଚନ୍ଦ୍ର ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ବାବୃବାହନ ମହାପାତ୍ର, ଓଡିଶା ସାହିତ୍ୟ ଏକାଡେମୀ ର ପ୍ରାକ୍ତନ ସଦସ୍ୟ ଅଜିତ ପାତ୍ର, ପଦ୍ମନାଭ ସାହୁ, ବରିଷ୍ଠ ପ୍ରଫେସର ଡକ୍ଟର କୁଞ୍ଜବନ ପୁଷ୍ଟି, ଡକ୍ଟର ଜଗତବନ୍ଧୁ ଆଚାର୍ଯ୍ୟ,ଡକ୍ଟର ସୁଶାନ୍ତ ବସା,କବି ବିଷ୍ଣୁ ଶତପଥୀ,ପୂର୍ବତନ ବିଧାୟକ ଡକ୍ଟର ବୁଢାନ ମୁର୍ମୁ ଙ୍କ ସହିତ ରାଜ୍ୟ ଓ ରାଜ୍ୟବାହାରୁ ବହୁ ସାହିତ୍ୟିକ ଗବେଷକ ଲେଖକ, କବି ନାଟ୍ୟକାର ତଥା ଛାତ୍ର ଛାତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ