ଓଡ଼ିଆ ପକ୍ଷ ପାଳନ ଓ ଓଡ଼ିଆ ନବ ବର୍ଷ 

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ସାରା ରାଜ୍ୟରେ ଏପ୍ରିଲ୍ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ମହା ସମାରୋହରେ ପାଳିତ ହୋଇଛି ଓଡ଼ିଆ ପକ୍ଷ ଓ ଓଡିଆ ନବ ବର୍ଷ। ଓଡିଆ ସଂସ୍କୃତିକୁ ଅଧିକ ଆକର୍ଷଣୀୟ କରିବା ସହ ଏହା ସହିତ ଯୋଡି ହୋଇଥିବା ଓଡିଆ ପରମ୍ପରାକୁ ବଜାୟ ରଖିବା ଲକ୍ଷ୍ୟ ନେଇ ଚଳିତ ବର୍ଷରୁ ଏହି ସାମାଜିକ ଚଳଣିକୁ ପ୍ରାଥମିକତା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ପୌର ପରିଷଦ ହିଞ୍ଜିଳିକାଟୁ ପକ୍ଷରୁ ସୋମବାର ଓଡିଆ ପକ୍ଷ ପାଳନ କରାଯିବା ସହ ଓଡ଼ିଆ ନବ ବର୍ଷ ତଥା ମହା ବିଷୁବ ସଂକ୍ରାନ୍ତି ଉତ୍ସାହର ସହ ପାଳିତ ହୋଇଛି। ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପୌର ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ,ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଓ କାଉନସିଲର ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅତିଥି ମାନେ ଓଡିଆ ପକ୍ଷ ପାଳନ ଅବଧି ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜିତ ହେବା ସହିତ ଓଡିଆ ନବ ବର୍ଷ ତଥା ମହା ବିଷୁବ ସଂକ୍ରାନ୍ତିରେ ଆମ ସଂସ୍କୃତି ଓ ପରମ୍ପରା ଆଭିମୁଖ୍ୟ ସଂପର୍କରେ ମତ ପ୍ରକାଶ କରିଥିଲେ।ପରେ ସ୍ଵୟଂ ସହାୟକ ଗୋଷ୍ଠୀର ମା ମାନଙ୍କ ମଧ୍ୟରେ ରଙ୍ଗ ବେରଙ୍ଗର ଝୋଟି, ବିଭିନ୍ନ ବ୍ୟଞ୍ଜନରେ ପ୍ରସ୍ତୁତ ସ୍ୱାଦିଷ୍ଠ ପିଠା ଓ ହୁଳୁହୁଳି ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଶେଷରେ ବିଭିନ୍ନ ବ୍ୟଞ୍ଜନରେ ପ୍ରସ୍ତୁତ ସ୍ଵାଦିଷ୍ଟ ପଣା ବିତରଣ କରା ଯାଇଥିଲା। କାର୍ଯ୍ୟକ୍ରମକୁ ଗୋଷ୍ଠୀ ସଂଗଠିକା ସ୍ନେହା ଞ୍ଜଳି ମିଶ୍ର ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ପ୍ରଦୀପ କୁମାର ପଣ୍ଡା, କାଉନସିଲର ବସନ୍ତ କୁମାର ବେହେରା, ବିଭୁ ପ୍ରସାଦ ପଣ୍ଡା, ସଞ୍ଜୟ ସ୍ୱାଇଁ, ସୀମା ଞ୍ଚଳ ମହାରଣା, ସହକାରୀ ଯନ୍ତ୍ରୀ ସୁବ୍ରତ କୁମାର ମହାପାତ୍ର, ପ୍ରମୋଦ କୁମାର ସାହୁ, ଇ.କିଶନ ପାତ୍ର, ସୁବାସ ଚନ୍ଦ୍ର ଗୌଡ଼, ସମୀର ମହାନ୍ତି ପ୍ରମୁଖଙ୍କ ସମେତ ସ୍ଵୟଂ ସହାୟକ ଗୋଷ୍ଠୀ, ସ୍ଵଚ୍ଚ ସାଥୀ ଓ ସ୍ୱଚ୍ଛ ସୁପର ଭାଇଜର୍ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ