ଓଡ଼ିଆ ଭାଷା, ସାମ୍ବାଦିକତା ଓ ପୂଜ୍ୟପୂଜା ପାଇଁ ସମ୍ବର୍ଦ୍ଧିତ ହେଲେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବୈଦ୍ୟୁତିକ ଗଣମାଧ୍ୟମ ‘ଉତ୍କଳ ବୁଲେଟିନ୍’ ପକ୍ଷରୁ ବିଶ୍ୱ ଗଣମାଧ୍ୟମ ଦିବସ ୨୦୨୩ ଅବସରରେ ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ପ୍ରଦ୍ୟୁମ୍ନ ଶତପଥୀଙ୍କୁ ଓଡ଼ିଆ ଭାଷା, ସାହିତ୍ୟ, ପୂଜ୍ୟପୂଜା ତଥା ଦୀର୍ଘ ୪୦ ବର୍ଷ ଧରି ସାମ୍ବାଦିକତା କରି ଆସୁଥିବା ସାରସ୍ୱତ ପ୍ରତିଭାଙ୍କୁ ସମ୍ପାଦକ ଅରବିନ୍ଦ ତ୍ରିପାଠୀ, ନାରାୟଣ ଖୁଣ୍ଟିଆ ୟୁନିଟ୍-୬ସ୍ଥିତ ଓଡ଼ିଶା ମହାନାଗରିକ ମଞ୍ଚ କାର୍ଯ୍ୟାଳୟରେ ଟ୍ରଫି, ସାଲ ସହ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ତ୍ରିପାଠୀ ମତବ୍ୟକ୍ତ କରିଥିଲେ ଯେ, ପୂଜ୍ୟପୂଜାକୁ ପ୍ରାଧାନ୍ୟ ଦେବା ସହିତ ସାମ୍ବାଦିକତା ମାଧ୍ୟମରେ ସମାଜରେ ଏକ ପରିବର୍ତ୍ତନ ଆଣିବାରେ ପ୍ରଦ୍ୟୁମ୍ନ ଶତପଥୀଙ୍କ ଭୂମିକାର ବହୁ ପ୍ରାସଙ୍ଗିକତା ରହିଛି । ଆଜିର ଯୁବପିଢ଼ୀ ତଥା ସମସ୍ତ ବର୍ଗଙ୍କୁ ତାଙ୍କ କାର୍ଯ୍ୟଶୈଳୀ ପ୍ରେରଣା ଯୋଗାଇବ ବୋଲି ମତ ରଖିଥିଲେ ।