ଓଡ଼ିଶାରେ ଦୀର୍ଘ ୨୩ ବର୍ଷର କଳା ଶାସନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଇଣ୍ଡିଆନ ସିଟିଜେନସ୍ ପାର୍ଟିର ରାଜ୍ୟ କମିଟି ବୈଠକରେ ଓଡ଼ିଶାରେ ଦୀର୍ଘ ୨୩ ବର୍ଷର କଳା ଶାସନ ସମ୍ବନ୍ଧରେ ଆଲୋଚନା କରାଯାଇଛି । ଓଡ଼ିଶାବାସୀଙ୍କର ଦୁଃଖ ଦୁର୍ଦ୍ଦଶା, ଦାରିଦ୍ର‌୍ୟ ବଢି ବଢି ଚାଲିଥିବାରୁ ରାଜ୍ୟ କମିଟିର ସଦସ୍ୟ, ସଦସ୍ୟାମାନେ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ । ନବୀନ ପଟ୍ଟନାୟକ ଓଡ଼ିଶାର ହୋୟାଂହୋ ଏବଂ ତାଙ୍କରି ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡ଼ିଶା ଏକ କାଙ୍ଗାଳ, ବୁଭୁକ୍ଷ ଓ ଦରିଦ୍ର ରାଜ୍ୟରେ ପରିଣତ ହୋଇଛି ବୋଲି ସଭାପତି ରମେଶ ରାଉତ କହିଛନ୍ତି । ମାର୍ଚ୍ଚ ୫ ତାରିଖ ଓଡ଼ିଶା ଇତିହାସରେ ଏକ କଳା ଦିବସ ହୋଇ ରହିବ । ୨୦୦୦ ମସିହା ମାର୍ଚ୍ଚ ୫ ତାରିଖ ଦିନ କଳା ପାହାଡ଼ ନବୀନ ପଟ୍ଟନାୟକ ଓଡ଼ିଶା ମାଟିରେ ପ୍ରବେଶ କରି ଓଡ଼ିଶାର ଭାଷା, ସଂସ୍କୃତି, ମାଟି, ବାଲି, ପାହାଡ଼, ଖଣିଜ ସମ୍ପଦ, ପାଣି, ଚାଷ ସବୁକୁ ଧ୍ୱଂସ କରିଛନ୍ତି ବୋଲି ସଭାପତି ରମେଶ ରାଉତ କହିଛନ୍ତି । ନବୀନ ପଟ୍ଟନାୟକ ଓଡ଼ିଶାରେ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ଏବଂ ଇନ୍ଦିରା ଗାନ୍ଧୀଙ୍କ ପରେ ନବୀନ ପଟ୍ଟନାୟକ ଗଣତନ୍ତ୍ରର ଦ୍ୱିତୀୟ ହତ୍ୟାକାରୀ ବୋଲି ସଭାପତି ରମେଶ ରାଉତ କହିଛନ୍ତି । ଓଡ଼ିଶାବାସୀଙ୍କୁ ଏବଂ ଓଡ଼ିଶାର ପ୍ରତ୍ୟେକ ପରିବାର, ଗ୍ରାମ, ସାହି, ବସ୍ତି, ଆପାର୍ଟମେଣ୍ଟ, ୟୁନିଟ୍‌, ସେକ୍ଟରକୁ ଧନ ଜୀବନ, ଆବାସ, ରେସନ, ପିଇବା ପାଣି, ଭତ୍ତା, ନିଯୁକ୍ତି, ଆର୍ଥିକ ସହାୟତା, ବ୍ୟକ୍ତି ସ୍ୱାଧୀନତା, ମାନବିକ ଅଧିକାର ଗ୍ୟାରେଣ୍ଟି ଦେବାକୁ ଇଣ୍ଡିଆନ ସିଟିଜେନସ୍ ପାର୍ଟିର କର୍ମୀମାନେ ଲଢେଇ କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ।ସାରା ଓଡ଼ିଶା ଅନ୍ୟାୟ-ଅତ୍ୟାଚାର-ଦୁର୍ନୀତି-ଭ୍ରଷ୍ଟାଚାର ବିରୋଧୀ ଲଢୁଆ ବାହିନୀ ଗଠନ କରାଗଲା । ଇଣ୍ଡିଆନ ସିଟିଜେନସ୍ ପାର୍ଟି ସଭାପତି ଓଡ଼ିଶା ହାଇକୋର୍ଟର ଆଡ଼ଭୋକେଟ ତଥା ଗୁପ୍ତଚର ସାପ୍ତାହିକ ଖବର କାଗଜ ସମ୍ପାଦକ ରମେଶ ରାଉତ ଲଢୁଆ ବାହିନୀର ଆବାହକ ରହିଲେ । ଓଡ଼ିଶାବାସୀ ବହୁସଂଖ୍ୟାରେ ଲଢୁଆ ବାହିନୀରେ ଯୋଗ ଦେବାକୁ ଇଣ୍ଡିଆନ ସିଟିଜେନସ୍ ପାର୍ଟି ପକ୍ଷରୁ ନିବେଦନ କରାଯାଇଛି । ସାରା ଓଡ଼ିଶାର ପ୍ରତି ଗ୍ରାମ, ସାହି, ବସ୍ତି, ଆପାର୍ଟମେଣ୍ଟ, ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି, ସବ୍‌ଡ଼ିଭିଜନ ଓ ଜିଲ୍ଲା କାର୍ଯ୍ୟାଳୟ ଖୋଲିବାକୁ ମଧ୍ୟ ନିଷ୍ପତ୍ତି ନିଆଗଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ