ଓଡ଼ିଶା ଡ୍ରାଇଭର଼୍ ମହାସଂଘ ପକ୍ଷରୁ କନ୍ଧମାଳ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): ଓଡିଶା ଡ୍ରାଇଭର଼୍ ମହାସଂଘ ତରଫରୁ କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଏକ ଶୋଭାଯାତ୍ରା କରି ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । କନ୍ଧମାଳ ଜିଲ୍ଲାର ୧୨ ଟି ବ୍ଲକର ଓଡିଶା ଡ୍ରାଇଭର଼୍ ମହାସଂଘ କର୍ମକର୍ତ୍ତା ମାନେ ମାଦିକୁନ୍ଦା ଛକ ଠାରୁ ଏକ ବିଶାଳ ରାଲି ବାହାର କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମାବେଶ କରି ଜିଲାପାଳଙ୍କ ଜରିଆରେ ରାଜ୍ୟସରକାରଙ୍କୁ ୧୦ ଦଫା ଦାବି ଦେଇଛନ୍ତି । ଏଥି ମଧ୍ୟରୁ ଜନସାଧାରଣଙ୍କ ଆକ୍ରୋସ ଶିକାର ହେଉଥିବା ଡ୍ରାଇଭର୍ ସାମାଜର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରାଯାଉ । ପଞ୍ଚାବନ ବର୍ଷ ପରେ ପେନସନ୍ ଦିଆଯାଉ । ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭର ମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କା ବୀମା ରାଶି ପ୍ରଦାନ କରାଯାଉ ଏଭଳି ୧୯ ଦଫା ଦାବି ନେଇ ଜିଲାପାଳଙ୍କ ଜରିଆରେ ରାଜ୍ୟସରକାରଙ୍କୁ ଦାବିପତ୍ର ଦିଆଯାଇଛି । ଯଦି ଏହି ଦାବି ରାଜ୍ୟ ସରକାର ପୂରଣ ନକରନ୍ତି ତେବେ ଡ୍ରାଇଭର଼୍ ମହାସଂଘ ଷ୍ଟେରିଂ ଛାଡ ଆନ୍ଦୋଳନ କରିବେ ବୋଲି ଓଡ଼ିଶା ଡ୍ରାଇଭର଼୍ ମହାସଂଘର ସମ୍ପାଦକ ମିଲନ ନାୟକ ପ୍ରକାଶ କରିଛନ୍ତି ।


