ରାଜ୍ୟ ବିଜେପିର ପାଞ୍ଚ ଜଣିଆ ପ୍ରତିନିଧି ଦଳଙ୍କ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକର ମରୁଡି କ୍ଷତିଗ୍ରସ୍ତ ଜମି ପରିଦର୍ଶନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏକ ୫ ଜଣିଆ ଦଳ କନ୍ଧମାଳ ଜିଲ୍ଲାର ଘୁ. ଉଦୟଗିରି ଓ ଟିକାବାଲିର ଚାଷଜମି ବୁଲିଦେଖିବା ସହିତ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ । ଘୁ.ଉଦୟଗିରି ବ୍ଲକ ର କଳିଙ୍ଗା ଗ୍ରାମପଞ୍ଚାୟତର କୁର୍ମିଙ୍ଗିଆ ଗ୍ରାମର ଚାଷୀମାନଙ୍କର ଖାଲି ପଡିଥିବା ଚାଷ ଜମି ବୁଲିଦେଖିଥିଲେ ଓ ଆକଳନ କରିଥିଲେ । ଏହି ବର୍ଷ ବର୍ଷା ନହେବା କାରଣରୁ ଚାଷୀମାନେ ଚାଷ କରିପାରିନଥିବା କହିଥିଲେ । ଅନେକ ସ୍ଥାନରେ ଧାନ ତଳି ଚାଷୀମାନେ ପକେଇଛନ୍ତି କିନ୍ତୁ ବିଲ ଲଗେଇ ପାଇଲେ ନାହିଁ କାରଣ ବିଲରେ ପାଣି ହେଲା ନାହିଁ । କୁର୍ମିଙ୍ଗିଆ ଠାରୁ ପୁଣି ଘୁ. ଉଦୟଗିରି ଆସି ବିଜ୍ଞାପିତ ଅଞ୍ଚଳ ପରିଷଦର ବାଲୁପାଙ୍ଗା ନିକଟରେ ଚାଷ ଜମି ବୁଲି ଦେଖିଥିଲେ । ସେଠାରେ ଚାଷୀ ଉଦେଶନ ପ୍ରଧାନ ପ୍ରକାଶ କରିଥିଲେ କି ଆଜିପର୍ଯ୍ୟନ୍ତ ସରକାର ଏହି ଚାଷୀମାନଙ୍କ ଖାଲି ପଡିଥିବା ଜମି ଉପରେ ନଜର ପକେଇନାହାନ୍ତି । କେହି ମଧ୍ୟ ଏପର୍ଯ୍ୟନ୍ତ ବୁଲି ଅନୁଧ୍ୟାନ କିମ୍ବା ମରୁଡି କ୍ଷୟକ୍ଷତି ଆକଳନ କରିନାହାନ୍ତି । ଏହି ସ୍ଥାନରେ ନାଳ ସୁବିଧା ଥିଲେ ମଧ୍ୟ ପାଣିର ସୁବିଧାନାହିଁ । ନାଳରୁ ପାଣି ଆସିଥିଲେ ଚାଷୀ ଚାଷ କରିପାରିଥାନ୍ତେ, କିନ୍ତୁ ବର୍ଷା ନହେବା କାରଣରୁ ଚାଷୀ ବର୍ଷାକୁ ଦେଖିକି ରହିଲା ସେପଟେ ସରକାର ମଧ୍ୟ ନାଳନର୍ଦ୍ଦମା ମରାମତି କଲେନାହିଁ । ଜଡାଙ୍ଗବାଲିରେ ନାଳ ମରାମତି ପାଇଁ ସାମଗ୍ରୀ ପକେଇଲେ କିନ୍ତୁ କଲେନାହିଁ ଯାହାଫଳରେ ଚାଷୀ ଏ ବିପତ୍ତିର କ୍ଷତି ସହୁଛି ବୋଲି ଆସିଥିବା କର୍ମକର୍ତ୍ତାଙ୍କୁ କହିଥିଲେ । ଏହି ପରିପ୍ରେକ୍ଷୀରେ ଅଞ୍ଚଳର ସମସ୍ୟା ନେଇ ବିଧାନସଭାରେ ଉପସ୍ଥାପନ କରାଯିବ ବୋଲି କହିଥିଲେ ଆକଳନକାରୀ ଦଳ । ଘୁ.ଉଦୟଗିରିରୁ ସିଧା ଟିକାବାଲି ବ୍ଳକ ଗସ୍ତବେଳେ ଗଡାଗୁଡା ପଞ୍ଚାୟତର ପେନାଲା ଗ୍ରାମର ଚାଷ ଜମି ଦେଖଥିଲେ ଓ ସେଠାରେ ଜଳସେଚନ ନିମନ୍ତେ କରାଯାଇଥିବା ଲିଫ୍ଟ ପଏଣ୍ଟ  ମଧ୍ୟ ଦେଖିଥିଲେ ଯାହାକି ଆନେକ ବର୍ଷରୁ ପାଣି ନ ଆସି ଅଚଳ ଅବସ୍ଥାରେ ରହିଛି ତାହା ଦେଖି ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ଉପରେ ପ୍ରଶ୍ନ କରିଥିଲେ ଓ କହିଥିଲେ ଏହି ଲିଫ୍ଟ ପଏଣ୍ଟ ତିଆରି ଦିନ ଠାରୁ ରୁ ଟୋପାଏ ମଧ୍ୟ ପାଣି ଆସିନାହିଁ ବୋଲି କହିଥିଲେ । ଶେଷରେ ଟିକାବାଲି ଅଭିମୁଖେ ଯାତ୍ରା କରିଥିଲେ ସେଠାରୁ ଫୁଲବାଣୀ ସମେତ କନ୍ଧମାଳ ଜିଲ୍ଲାର ମରୁଡି କ୍ଷୟକ୍ଷତି ଆକଳନ କରିଥିବା ଦେଖିବାକୁ ମିଳିଛି । ମନମୋହନ ସାମଲ (ପୂର୍ବତନ ମନ୍ତ୍ରୀ) ପ୍ରକାଶ କରିଛନ୍ତି କି ଚାଷୀମାନଙ୍କ ନିମନ୍ତେ ନଈନାଳ ଥାଇ ମଧ୍ୟ ଚେକ ଡ୍ୟାମ କରାଯାଉନାହିଁ, ଚାଷୀ ମାନଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ହଜାର ହଜାର ଟଙ୍କା ଦେଉଛନ୍ତି କିନ୍ତୁ ସେହି ଟଙ୍କା ଫେରିଯାଉଛି, ସରକାର ବିନିଯୋଗ କରିପାରୁନାହାନ୍ତି। ଏଠାରେ ଶୀତଳ ଭଣ୍ଡାର, ଇଲେକ୍ଟ୍ରିଫିକେସନ ଦ୍ୱାରା ଜଳ ଯୋଗାଣ,ଚେକ ଡ୍ୟାମ, ଓ ରବି ଫସଲ ପାଇଁ ଋଣ ଚାଷୀମାନଙ୍କୁ ଦେବା ଦରକାର ବୋଲି କହିଛନ୍ତି ।  ଏହି ମରୁଡି ଆକଳନ ନିମନ୍ତେ ମନମୋହନ ସାମଲ ପୂର୍ବତନ ମନ୍ତ୍ରୀ, ରାମାରଞ୍ଜନ ବଳିଆରସିଂ ପୂର୍ବତନ ବିଧାୟକ, ବିରଞ୍ଚି ନାରାୟଣ ତ୍ରିପାଠୀ ରାଜ୍ୟ ପ୍ରବକ୍ତା, କନ୍ଧମାଳ ଜିଲ୍ଲା ପ୍ରଭାରୀ,ଲକ୍ଷ୍ମଣ ବାଗ ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ, ଜଗନ୍ନାଥ ସାହୁ କନ୍ଧମାଳ ଜିଲ୍ଲା ସଭାପତି,ରଞ୍ଜନ ପଟେଲ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସମେତ ଆସିଥିବା ବେଳେ ଘୁ.ଉଦୟଗିରିର  ଭୀମସେନ ପ୍ରଧାନ ବରିଷ୍ଠ ନେତା,ମାୟାବନ୍ଧୁ ପ୍ରଧାନ ଗ୍ରାମୀଣ ସଭାପତି,ଉଦେଶନ ପ୍ରଧାନ ନଗର ସଭାପତି, ମାନଗୋବିନ୍ଦ ପ୍ରଧାନ ଜିଲ୍ଲା ସାଧାରଣ ସମ୍ପାଦକ, ଅବନେଶ୍ୱର ପ୍ରଧାନ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି, ପ୍ରଶାନ୍ତ ବଗର୍ତ୍ତି ଜି ଉଦୟଗିରି ନଗର ସାଧାରଣ ସମ୍ପାଦକ, ବସନ୍ତ ପ୍ରଧାନ ଆଦିବାସୀ ମୋର୍ଚ୍ଚା ରାଜ୍ୟ ଉପସଭାପତି, ଲଳିତମହନ ପ୍ରଧାନ ମଣ୍ଡଳ ସଭାପତି ପାବୁରିଆ, ମୃତ୍ୟୁଞ୍ଜୟ ପ୍ରଧାନ ମଣ୍ଡଳ ସାଧାରଣ ସମ୍ପାଦକ, ବିବେକାନନ୍ଦ ପ୍ରଧାନ ବିଜେପି ବରିଷ୍ଠ ନେତା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ