ଓଡ଼ିଶା ଲେଖିକା ସଂସଦ ଜିଲା ଶାଖାର ବିଶେଷ ଅଧିବେଶନ

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ଲେଖିକା ସଂସଦ ବାଲେଶ୍ୱର ଶାଖାର ବାର୍ଷିକ ଅଧିବେଶନ ଶ୍ରୀରାମ ଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଫକୀରମହୋନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରୀପାଠୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବାସହ ଏକମିଂଶ ସତାବ୍ଦିରେ ନାରୀଲେଖିକା ମାନଙ୍କର ଭୂମିକା କେମିତିିରହିଛି ସେ ସଂପର୍କରେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବରେ ଡ଼ାକ୍ତର ଅନୀତା ପଣ୍ଡା, ଡ଼. ସୁବାଷ ଚନ୍ଦ୍ର ପାତ୍ର, ରଶ୍ମିରେଖା ପତି, ସୁବାସିନୀ ଜେନା, ରାଜଲକ୍ଷ୍ମୀ ତ୍ରୀପାଠୀ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସଭା ଅନୁଷ୍ଠାନର ସଭାପତି ଡ଼. ସିନ୍ଧୁସେନଙ୍କ ପୌରହିତ୍ୟରେ ପରିଚାଳିତ ହୋଇଥିଲା । ଏହି ଅବସରରେ ଡ଼ାକ୍ତର ଅନୀତା ପଣ୍ଡା, ରଶ୍ମିରେଖା ପତି ଓ ରାଜଲକ୍ଷ୍ମୀ ତ୍ରୀପାଠୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ମଂଚ ଆହ୍ୱାନ ସତ୍ୟଭାମା ମୁଦୁଲି କରିଥିବାବେଳେ ଅତିଥିପରିଚୟ ପ୍ରଦାନ କରିଥିଲେ ପ୍ରତିମା ପଣ୍ଡା । ବାର୍ଷିକ ବିବରଣୀ ପାଠ କରିଥିଲେ ଆବାହିକା ମନସ୍ୱିନୀ ଦେବୀ । ଶେଷରେ ଗୀତାଞଳୀ ପାଣିଗ୍ରାହୀ ସସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମଂଚ ପରିଚାଳନାରେ ସହଯୋଗ କରିଥିଲେ ତାନଶ୍ରୀ ମହାପାତ୍ର, କଲ୍ୟାଣୀ ନନ୍ଦ, ଜ୍ୟୋସ୍ନା ରାୟ,ସଂଘମିତ୍ରା ପଟ୍ଟନାୟକ, ଦେବଯାନୀ ଦାସ ପ୍ରମୁଖ । ଏହି ଅବସରରେ ସେଠାରେ ସହରର ବହୁ ସାହିତ୍ୟିକ ଓ ସାହିତ୍ୟାନୁରାଗୀ ସେଠାରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ