ସପ୍ତାହକ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିବା ୨ ଲୁଟିଆ ଗିରଫ

ବାଲେଶ୍ୱର, (ସରୋଜ ପଣ୍ଡା):ସପ୍ତାହକ ମଧ୍ୟରେ ସହରର ବିଭିନ୍ନ ଅଞ୍ଚଳରୁ ପାଖାପାଖି ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଛିନତାଇ କରିଥିବା ଦୁଇ କୁଖ୍ୟାତ ଲୁଟିଆଙ୍କୁ ସହଦବେଖୁଣ୍ଟା ପୁଲିସ ଗିରଫ କରିଛି । ଗିରଫ ଦୁଇ ଲୁଟିଆ ହେଲେ ଗଞ୍ଜାମ ଜିଲା ପାକଲାପଲି ଗ୍ରାମର ଏ କିରଣ (୧୯) ଓ କାଳଷଣ୍ଢପୁର ଗ୍ରାମର ଭି ଶ୍ରୀରାମ (୨୦) । ସେମାଙ୍କଠାରୁ ୧ଲକ୍ଷ ୮୮ ହଜାର ଟଙ୍କା, ଓଡି-୦୫ବିଏଚ-୨୧୬୬ ନଂର ୟମାହା ଏମଟି-୧୫ ଢଢଏମ/ସିର ଏକ ବାଇକ, ୨ଗୋଟି ମୋବାଇଲ । ଏହି ଦୁଇ ଲୁଟିଆ ଅଫିସ ସମୟରେ ସହରର ବିଭିନ୍ନ ବ୍ୟାଙ୍କକୁ ଯାଇ କେସ କାଉଣ୍ଟରରୁ ଅର୍ଥ ଉଠାଣ କରୁଥିବା ଲୋକଙ୍କ ଉପରେ ନଜର ରଖିଥାନ୍ତି । ଟଙ୍କା ନେଇ ବାହାରକୁ ଆସୁଥିବା ବ୍ୟକ୍ତିଙ୍କ ପିଛା କରିବା ସହ ସମୟ ସୁବିଧା ଦେଖି ଏହି ଅର୍ଥକୁ ଲୁଟି ନେଇଥା’ନ୍ତି ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି । ଚଳିତ ଫେବୃୟାରୀ ମାସର ଗତ ୧୬ ତାରିଖରେ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂସ୍ଥା ନିକଟରୁ ବସ୍ତା ଥାନା ଅନ୍ତର୍ଗତ ଦେବେନ୍ଦ୍ର ନାଥଙ୍କଠାରୁ ୧୦ ହଜାର, ୧୩ ତାରିଖ ଅପରାହ୍ନରେ ଷ୍ଟେଟବ୍ୟାଙ୍କରୁ ୪୮ ହଜାର ଟଙ୍କା ଉଠାଇଥିବା ବ୍ୟକ୍ତିଙ୍କ ଠାରୁ ଛଡ଼ାଇ ନେଇଥିଲେ । ସେହଭଳି ୧୪ ତାରିଖ ଅପରାହ୍ଣରେ ମୋଟସାଇକେଲ ହ୍ୟାଣ୍ଡେଲରେ ୫୦ ହଜାର ଟଙ୍କା ଥିବା ବ୍ୟାଗ ଓହଳାଇ ଯାଉଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କଠାରୁ ରେମୁଣା ରାସ୍ତାର ରାମେଶ୍ୱର ମନ୍ଦିର ନିକଟରୁ ସେମାନେ ନେଇଯାଇଥିଲେ । ଅନୁରୂପ ଭାବେ ୧୭ ତାରିଖ ଅପରାହ୍ଣରେ ବ୍ୟାଗରେ ୮୦ ହଜାର ଟଙ୍କା ରଖି ବାଲିଆପାଳ ବଜାରରେ ଚାଲି ଚାଲି ଯାଉଥିବା ଜଣେ ବ୍ୟକ୍ତିଙ୍କଠାରୁ ସେମାନେ ବ୍ୟାଗ ଛଡ଼ାଇ ନେଇଯାଇଥିଲେ ବୋଲି ଏସପି କହିଛନ୍ତି । ସପ୍ତାହକ ମଧ୍ୟରେ ବାଲେଶ୍ୱର ସହର ଓ ବାଲିଆପାଳରେ ସମାନ ସମୟ ମଧ୍ୟରେ ଛିନତାଇ ହେବାକୁ ନେଇ ସ୍ୱତନ୍ତ୍ର ଟିମ ଗଗଠନ କରାଯାଇଥିଲା । ବିଶେଷ କରି ସାଦା ପୋଷାକରେ ପୁଲିସ କର୍ମଚାରୀମାନେ ବ୍ୟାଙ୍କର ଗ୍ରାହକଙ୍କ ମଧ୍ୟରେ ଓ ବାହାରେ ରହି ଲୁଟିଆଙ୍କ ଉପରେ ନଜର ରଖିଥିଲେ । ପ୍ରଥମେ ସନ୍ଦେହରେ ଜଣକୁ ଧରିବା ସହ ପଚରାଉଚିରା ପରେ ଅନ୍ୟ ଜଣଙ୍କୁ ଗିରଫ କରାଯାଇଥିବା ଏସପି ଶ୍ରୀମତୀ ନାଥ ସୂଚନା ଦେଇଛନ୍ତି । ଏନେଇ ବାଲିଆପାଳ, ସଦର ଓ ସହଦେବଖୁଣ୍ଟା ଥାନରେ ୪ ଗୋଟି ମାମଲା ରୁଜୁ କରାଯାଇଛି । ଅନ୍ୟପକ୍ଷରେ ଗିରଫ ଭି ଶ୍ରୀରାମଙ୍କ ଉପରେ ବାଲେଶ୍ୱର ଓ ଭଦ୍ରକ ଜିଲାର ବିଭିନ୍ନ ଥାନାରେ ୧୦ ଗୋଟି ଓ ଏ କିରଣଙ୍କ ନାମରେ ୪ ଗୋଟି ମାମଲା ଥିବା ଏସପି ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେଏଡିସନାଲ ଏସପି … ଡିଏସପି ଗାୟତ୍ରୀ ପ୍ରଧାନ ଓ ସହଦେବଖୁଣ୍ଟା ଥାନାଧିକାରୀ ଶୁଭ୍ରାଂଶୁ ନାୟକ ଏହି ସାମ୍ବାଦିକ ସମ୍ମିଳନୀ ଉପସ୍ଥିତ ଥିଲେ ।

 

 

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ