ଓଡ଼ିଶୀ ନୃତ୍ୟର ମହାଗୁରୁ ସ୍ବର୍ଗତ ଦେବପ୍ରସାଦ ଦାସଙ୍କ ୩୮ତମ ଶ୍ରଦ୍ଧାଞ୍ଜଳୀ ସମାରୋହରେ ପାରଳାର ପ୍ରିୟଙ୍କା ସମ୍ବର୍ଦ୍ଧିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସୁପ୍ରସିଦ୍ଧ ଓଡିଶୀ ନୃତ୍ୟାଙ୍ଗନା ଡି. ପ୍ରିୟଙ୍କାଙ୍କୁ ଓଡିଶୀ ନୃତ୍ୟର ମହାଗୁରୁ ସ୍ବର୍ଗତ ଗୁରୁ ଡ଼. ଦେବୀ ପ୍ରସାଦ ଦାସଙ୍କ ୩୮ ତମ ଶ୍ରଦ୍ଧାଞ୍ଜଳି ସମାରୋହରେ ସମ୍ବର୍ଦ୍ଧିତ କରାଯାଇଥିବା ସୂଚନା ମିଳିଛି. ସମ୍ପୃକ୍ତ ଘଟଣାରୁ ଜଣା ଯାଇଛି ଯେ, ତ୍ରିଧାରା ଓ ହେଲଥ୍ ଅନ୍ ଟପର ମିଳିତ ଆନୁକୂଲ୍ୟରେ ଭୁବନେଶ୍ଵର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଓଡ଼ିଶୀ ନୃତ୍ୟର ମହାଗୁରୁ ସ୍ବର୍ଗତ ଗୁରୁ ଡକ୍ଟର ଦେବପ୍ରସାଦ ଦାସଙ୍କ ୩୮ତମ ଶ୍ରଦ୍ଧାଞ୍ଜଳୀ ସମାରୋହ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଓଡ଼ିଶାର ରାଜ୍ୟପାଳ ଶ୍ରୀ ରଘୁବର ଦାସ , ସମ୍ମାନୀତ ଅତିଥି ରୂପେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାଏ , ତ୍ରିଧାରା ସ୍ଵର୍ଣ୍ଣ ସମାରୋହ କମିଟିର ଅଧ୍ୟକ୍ଷ ଗୌରବ ରଲହନ , କାର୍ଯ୍ୟକାରୀ ସଭାପତି ସୀମାଞ୍ଚଳ ପଣ୍ଡା , ନିର୍ଦ୍ଦେଶକ ଗୁରୁ ଡକ୍ଟର ଗଜେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଓଡ଼ିଶା ତଥା ଓଡ଼ିଶା ବାହାରୁ ୫୦୦ରୁ ଉର୍ଦ୍ଧ୍ବ ନୃତ୍ୟାଙ୍ଗନା ମାନେ ନୃତ୍ୟ ପରିବେଷଣ କରିଥିଲେ। ଏତଦ୍ ବ୍ୟତୀତ ବିଶିଷ୍ଟ ଗୁରୁମାନଙ୍କୁ ଓ ବରିଷ୍ଠ ନୃତ୍ୟଶିଳ୍ପୀ ଅର୍ଥାତ୍ ୨୫ ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡିର ଓଡ଼ିଶୀ ନୃତ୍ୟାଙ୍ଗନା ଡି.ପ୍ରିୟଙ୍କାଙ୍କୁ ଗୁରୁ ଦେବପ୍ରସାଦ ଦାସ ନୃତ୍ୟ ରତ୍ନ ଉପାଧିରେ ସମ୍ମାନନୀୟ ରାଜ୍ୟପାଳ ରଘୁବର ଦାସଙ୍କ ଦ୍ବାରା ସମ୍ମାନୀତ କରାଯାଇଥିଲା ଏବଂ ତାଙ୍କରି ନୃତ୍ୟ ନିର୍ଦ୍ଦେଶନାରେ ତାଙ୍କରି ଶିଷ୍ୟା ମାନେ ପଲ୍ଲୀନୃତ୍ୟକୁ ପରିବେଷଣ କରି ସମସ୍ତ ଅତିଥି ଓ ଦର୍ଶକଙ୍କ ହୃଦୟ ଜିଣିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ