ଓଡିଶାରେ ଥିବା ପ୍ରାକୃତିକ ସମ୍ଫଦର ସମ୍ଭାବନାକୁ ସୁଯୋଗରେ ପରିଣତ କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ

ନୂଆଦିଲ୍ଲୀ : ଚୀନ, ଜାପାନ ଏବଂ ସାଉଥକୋରିଆରେ ଥିବା ଓଡିଆ ସମୁଦାୟର ୨୪ରୁ ଉର୍ଦ୍ଧ୍ୱ ଲୋକଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ତିନୋଟି ଦେଶରେ ରହୁଥିବା ଓଡିଆ ଲୋକ ମାନଙ୍କୁ ରାଜ୍ୟର ଆମ୍ବାସେଡର ହେବା ପାଇଁ ଆହ୍ୱାନ କରିଥିବା ବେଳେ
ଏମାନେ ହିଁ ବାହାର ଦେଶ ମାନଙ୍କରେ ଓଡିଶାର ପରିଚୟକୁ ତିଆରି କରିବେ ଏବଂ ଗ୍ଲୋବାଲ ଆଇଡିଆ ମାଧ୍ୟମରେ ଓଡିଶାକୁ ପଞ୍ଜିନିବେଶର ପେଣ୍ଠସ୍ଥଳି କରିବେ ବୋଲି କହିଛନ୍ତି । ନିଜ ନିଜର ଭୂମିକାକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଏକବିଂଶ ଶତାବ୍ଦୀରେ ଓଡିଶାକୁ ଆଗକୁ ନେବା ସହ ରାଜ୍ୟର ପୁଞ୍ଜିନିବେଶ ବଢାଇ ଅର୍ଥନୀତିକୁ ମଜବୁତ୍ କରିବା ପାଇଁ କାମ କରିବାକୁ ପଡିବ । ଓଡିଶାରେ ଅମାପ ଖଣିଜ ସମ୍ପଦ ଭରପୂର ହୋଇ ରହିଥିବା ବେଳେ ଏହାର ସୁଯୋଗ ନେବାର ଆବଶ୍ୟକତା ରହିଛି ।
ବର୍ତମାନ ସମୟରେ ଚୀନ, ଜାପାନ ଏବଂ ସାଉଥକୋରିଆରେ ରହୁଥିବା ଲୋକମାନେ ବିଶ୍ୱ ଆଇଡିଆ ସମ୍ବଳକୁ ସୁଦୂ ଯୋଗ କରି ଓଡିଶାକୁ ଆଗକୁ ନେବା ଦରକାର । ପୃଥିବୀରେ ଆଗାମୀ ଦିନରେ ଓଡିଶାର ଅର୍ଥନୀତି ପରିବର୍ତନ ହେବା ନିଶ୍ଚିତ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଓଡିଆ ଲୋକ ପ୍ରଗତିଶୀଳ, ବୁଦ୍ଧିମାନ, ପରିଶ୍ରମୀ ସମାଜ । ପୂର୍ବ ଭାରତର ପ୍ରବେଶ ଦ୍ୱାର ହେଉଛି ଓଡିଶା । ପରିସ୍ଥିତି ହିଁ ଲୋକମାନଙ୍କୁ ପରିବର୍ତନ କରେ ଏବଂ ଏଭଳି ସମୟରେ ସମସ୍ତେ ମିଶି ନିଜ ରାଜ୍ୟ ଓ ଦେଶ ପାଇଁ କାମ କରିବା ଏବଂ ସମ୍ଭାବନାକୁ ସୁଯୋଗରେ ପରିଣତ କରିବାର ସମୟ । ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଓଡିଆ ଲୋକମାନେ ହିଁ ଓଡିଶାକୁ ପୁନନିର୍ମାଣ କରିବାର ଦାୟିତ୍ୱ ନେବା ଦରକାର ବୋଲି ସେ ମତବ୍ୟକ୍ତ
କରିଛନ୍ତି । କଳିଙ୍ଗ ଯୁଦ୍ଧରେ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତନ ହୋଇଥିଲେ । ଓଡିଆ ଲୋକଙ୍କ ଭଲପାଇବା, ସାହାସ ଦ୍ୱାରା ହିଁ ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ମଙ୍ଗୋଲିଆର ଚେଙ୍ଗିଜ୍ ଖାଁ ମଧ୍ୟ ଏକ ଛୋଟ ସମ୍ରାଜ୍ୟରୁ ଆସି ଏକ ସମ୍ରାଜ୍ୟରେ ଆଧି ତ୍ୟ ଗ୍ରହଣ କରିଥିଲେ । ସମଗ୍ର ଭାରତବର୍ଷରେ ବାତ୍ୟା ପ୍ରବଣ ଅଂଚଳ ପାଲଟିଥିବା ଓଡିଶା ମଧ୍ୟ ବଡ ବଡ ପ୍ରାକୃତିକ ବି ର୍ଯ୍ୟକୁ ସାମ୍ନା କରୁଛି । ତେଣୁ ଓଡିଶାକୁ ବିଶ୍ୱରେ ଆଗକୁ ନେବାର ଅନେକ ସମ୍ଭାବନା ରହିଛି । ଚୀନ, ଜାପାନ ଏବଂ ସାଉଥକୋରିଆ ଭଳି ଓଡିଶାରେ ମଧ୍ୟ ପୂର୍ବକାଳରୁ ବିଜ୍ଞାନ ସହ ଧର୍ମକୁ ଯୋଡାଯାଇ ସ୍ୱଚ୍ଛତାକୁ ଗୁରୁତ୍ୱାରୋପ କରାଯାଇଛି । ଓଡିଆଙ୍କ ପର୍ବ ଓ ପର୍ବାଣୀରେ ସ୍ୱଚ୍ଛତାକୁ ଧ୍ୟାନ ଦିଆଯାଇଛି । ମାର୍ଗଶୀର ଗୁରୁବାରରେ ସକାଳୁ ମା ଭଉଣୀ ମାନେ ସକାଳୁ ଉଠି ଘର ସଫା କରନ୍ତି ଏବଂ ଏହା ହିଁ ସ୍ୱଚ୍ଛତାର ବିଜ୍ଞାନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଉଲ୍ଲେଖନୀୟ ଯେ, ଏହି ଅବସରରେ ତିନୋଟି ଦେଶ ଚୀନ, ଜାପାନ ଏବଂ ସାଉଥକୋରିଆରେ ରହୁଥିବା ଓଡିଆମାନେ ସେଠାକାର ସ୍ଥିତି ଓ ବର୍ତମାନର ଅବସ୍ଥାକୁ ବଖାଣିଥିଲେ । ସମସ୍ତ ତିନୋଟି ରାଷ୍ଟ୍ରରେ କରୋନା ଭାଇରସ ପରିପ୍ରେକ୍ଷୀରେ ସ୍ଥିତି ସ୍ୱାଭାବିକ ହୋଇଛି । ଚୀନରେ ସହର ଅନୁଯାୟୀ ଏକ ସ୍ୱତନ୍ତ୍ର ଆପ୍ ଜରିଆରେ କୋଭିଡ -୧୯କୁ ନିୟନ୍ତ୍ରଣ କରାଯାଇଛି । ସରକାର, ବିଜ୍ଞାନ, ଗଗେଷକ ଓ ବେସରକାରୀ ସଂସ୍ଥାଙ୍କ ସମନ୍ୱୟରେ ବ୍ୟବସାୟରେ ମଧ୍ୟ ସୁଧାର ଆସିଛି ବୋଲି ଓଡିଆ ସମୁଦାୟର ଲୋକମାନେ ମତବ୍ୟକ୍ତ କରିଥିଲେ । ଏହି ଆଲୋଚନାରେ ଚୀନରୁ ଡା. ଦେବାଶିଷ ବିଶ୍ୱାଳ, ଆଦିତ୍ୟ କୁମାର, ରଞ୍ଜିତ କୁମାର ପଟ୍ଟନାୟକ, ମୋନାଲିସା, ସବ୍ୟସାଚୀ ମହାପାତ୍ର, ଜୟଦୀପ ମହାନ୍ତି, ବି.ବି ଦାସ, ବିଶ୍ୱନାଥ ସେଠୀ, ଦିଲ୍ଲୀପ ବେଉରା, ଜୁଲୁଧନ ଜେନା, କାଶିନାଥ ସାହୁ ଅଂଶଗ୍ରହଣ କରିଥିବା ବେଶେ ଜାପାନରୁ ବିକାଶ ମହାନ୍ତି, ସ୍ୱାଧୀନ ବେହେରା, ସୁଧୀର ମିଶ୍ର. ଚୌଦୂରୀ ରୁଦ୍ର ଚରଣ ମହାନ୍ତି, ମୁନିଦ୍ରା ପଣ୍ଡା, ଜ୍ଞାନେନ୍ଦ୍ର ମିଶ୍ର, ବିଶ୍ୱଜିତ ଦାସ, ଲକ୍ଷ୍‌ମୀକାନ୍ତ ମହାନ୍ତି, ଜିତେନ୍ଦ୍ର ମହାରଣା, ଭାଗିରଥୀ ବେହେରା ଏବଂ ସାଉଥକୋରିଆରୁ କେପିଏସଏସ ହେମ୍ବ୍ରମ, ସଞ୍ଜିତ ମନହୋର ମାଝି, ଅଜୟ କୁମାର ସାହୁ ପ୍ରମୁଖ ଭିଡିଓ କନଫରେନ୍ସିଂରେ ପ୍ରଧାନଙ୍କ ସହ ଆଦାନପ୍ରଦାନ କରିଥିଲେ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ