ଓଡିଶାର ମଣ୍ଡା ମଇଁଷି ଜାତୀୟ ମାନ୍ୟତା ପ୍ରାପ୍ତ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଓଡିଶାର ପୂର୍ବାଂଚଳ ଘାଟ ପର୍ବତମାଳାର ଭୌଗୋଳିକ ବିଭାଜନ ସ୍ଥିତି ତଥା କୋରାପୁଟ ଅଂଚଳ ମାଳଭୂମି ସ୍ଥିତି ଯୋଗୁଁ ମଣ୍ଡା ମଇଁଷି ଯାହାର ଏକ ସ୍ୱତନ୍ତ୍ର ବା ଅନନ୍ୟ ପ୍ରଜନନ ପ୍ରକ୍ରିିୟା ରହିଆସିଛି, କେବଳ ଓଡିଶାରେ ହିଁ ସେମାନେ ଦେଖିବାକୁ ମିଳନ୍ତି ବା ମଣ୍ଡା ମଇଁଷି କେବଳ ଓଡିଶାରେ ହିଁ ଦେଖାଯା’ନ୍ତି । ଏହି ପ୍ରଜାତି ମଇଁଷିର ଦେହର ରଙ୍ଗ ସାଧାରଣତଃ ଧୂସର ପାଉଁଶିଆ ଓ ଧୂସର ରଙ୍ଗର ଦେଖାଯାଏ ।ଓଡିଶା ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଏହି ମଇଁଷୀ ପ୍ରଜାତି ବୀଜାଣୁ ସଂପର୍କରେ ପ୍ରଥମେ ଚିହ୍ନଟ ଏବଂ ଅନୁଧ୍ୟାନ କରାଯାଇ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ(ଓ.ୟୁ.ଏ.ଟି) ର ମିଳିତ ସହଯୋଗରେ ତଥା ତତ୍କାଳୀନ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ବିଷ୍ଣୁପଦ ସେଠୀ,ଆଇ.ଏ.ଏସ୍ ଏବଂ ପ୍ରାଣୀ ବଂଶାବଳୀ ବିଶେଷଜ୍ଞ ଡଃ. ସୁଶାନ୍ତ କୁମାର ଦାଶଙ୍କ ନେତୃତ୍ୱରେ ସବିଶେଷ ସର୍ବେକ୍ଷଣ କରାଯାଇଥିଲା ଏବଂ ଏହି ପ୍ରକଳ୍ପର ଫଳାଫଳ ସଂକ୍ରାନ୍ତୀୟ ତଥ୍ୟ ଏନ୍‌.ବି.ଏ.ଜି.ଆର ଙ୍କ ନିକଟରେ ଉପସ୍ଥାପିତ କରାଯାଇ ମଣ୍ଡା ମଇଁଷି ଅନନ୍ୟ ଏବଂ ଏହା କେବଳ ଓଡିଶାରେ ହିଁ ଦେଖାଯାଉଥିବାରୁ ଏହାକୁ ଜାତୀୟ ସ୍ତରରେ ସ୍ୱୀକୃତି ଲାଭ ନିମନ୍ତେ ଦାବୀ କରାଯାଇଥିଲା । ଅଦ୍ୟାବଧି ଏହି ମଇଁଷିକୁ ସମଗ୍ର ଦେଶରେ ୧୯ ତମ ପ୍ରଜାତି(ବ୍ରିଡ୍‌) ଭାବେ ଘୋଷଣା କରାଯାଇଛି ।
ଚା ମଣ୍ଡା ମଇଁଷି ଆକାରରେ ଛୋଟ ହେଲେ ମଧ୍ୟ ବେଶ୍ ହୃଷ୍ଟପୃଷ୍ଟ ଏବଂ ଉଭୟ ଅଣ୍ଡିରା ଏବଂ ମାଇ ମଇଁଷିକୁ କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ଚାଷ କାର୍ଯ୍ୟରେ ନିୟୋଜିତ କରାଯାଉଛି ।ଚା ଏହି ପ୍ରଜାତି ମଇଁଷିର ଧୂସର ପାଉଁଶିଆ ଓ ଧୂସର ରଙ୍ଗ ଦେହରେ ତମ୍ବାଳିଆ ରଙ୍ଗର ଲୋମ ଦେଖାଯାଏ । ଗୋଡର ତଳି ଭାଗରୁ ଗଣ୍ଡି ପର୍ଯ୍ୟନ୍ତ ଫିକାରଙ୍ଗ ଓ ଆଣ୍ଠୁ ପାଖରେ ତମ୍ବାଳିଆ ରଙ୍ଗର ଲୋମ ଦେଖାଯାଏ । ଏହି ପ୍ରଜାତିର କେତେକ ମଇଁଷିଙ୍କର ରୂପେଲି ଧଳା ରଙ୍ଗର ଦେହ ହୋଇଥାଏ ।
ଚା ଏହି ପ୍ରାଣୀମାନଙ୍କୁ ପ୍ରାୟତଃ କୌଣସି ସଂକ୍ରମଣ ହୋଇନଥାଏ ଏବଂ ଏମାନଙ୍କ କ୍ଷେତ୍ରରେ ବିଶେଷ ରୋଗରେ ଆକ୍ରାନ୍ତ ହେବାର ଦେଖାଯାଏ ନାହିଁ । ଏମାନେ ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଉତମ ଭାବେ ରହିବା ସହିତ ପ୍ରଜନନ କ୍ଷେତ୍ରରେ ମଧ୍ୟ ସଫଳ ଥା’ନ୍ତି ।ଚା ବର୍ତମାନ ଏହି ପ୍ରଜାତିର ଅନ୍ୟୁନ ୧ଲକ୍ଷ ମଇଁଷି ପାର୍ବତ୍ୟ ମାଳଅଂଚଳରେ ଥିବା ବେଳେ ପିଢି ପରେ ପିଢି ଧରି ସେଠାରେ ବସବାସ କରୁଥିବା ଅଧିବାସୀମାନଙ୍କୁ ଘରୋଇ ଭାବେ ଦୁଗ୍‌ଧ ଚାହିଦା ଏହି ମଇଁଷିମାନେ ମେଣ୍ଟାଉଥିବା ସହିତ ସେ ଅଂଚଳର ସମସ୍ତ ଚାଷ କାର୍ଯ୍ୟରେ ମଧ୍ୟ ସେମାନଙ୍କୁ ନିୟୋଜିତ କରାଯାଉଛି ।ଚା ଏହି ପ୍ରଜାତିର ମଇଁଷିମାନଙ୍କ କ୍ଷୀର ଉତ୍ପାଦନ କ୍ଷମତା ପ୍ରତି ଥରରେ ହାରାହାରି ୨ରୁ ୨.୫ ଲିଟର ଥିବାବେଳେ ଏଥିରେ ୮ ପ୍ରତିଶତ ଚର୍ବି ଅଂଶ ରହିଥାଏ । କେତେକ କ୍ଷେତ୍ରରେ ଏହି ମଇଁଷିଗୁଡିକ ୪ ଲିଟର ପର୍ଯ୍ୟନ୍ତ କ୍ଷୀର ଦେଇଥା’ନ୍ତି ।ଚା ମଣ୍ଡା ମଇଁଷି ୩ ବର୍ଷର ହେବା ବେଳକୁ ପ୍ରାପ୍ତ ବୟସ୍କା ହୋଇଥାଏ ଏବଂ ୪ ବର୍ଷ ହେବା ବେଳକୁ ପ୍ରଥମ ବାଛୁରୀ ଜନ୍ମ କରିଥା’ଏ । ୨୦ ବର୍ଷ ପର୍ଯ୍ୟନ୍ତ ଏହି ପ୍ରଜାତିର ମଇଁଷି ପ୍ରତି ଦେଢରୁ ୨ ବର୍ଷରେ ବାଛୁରୀ ଜନ୍ମ କରିଥାଏ ।ଚା ମଣ୍ଡା ମଇଁଷି ଜାତୀୟ ମାନ୍ୟତା ପାଇବା ସହିତ ଓଡିଶାର ଏହି ଅନନ୍ୟ ପ୍ରଜାତିର ପ୍ରାଣୀ ସମ୍ବଳକୁ ଭାରତ ସରକାର ତଥା ରାଜ୍ୟ ସରକାର ଏହାର ସଂରକ୍ଷଣ ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣକରିବା ସହିତ ପ୍ରୟାସ ଜାରି ରଖିବେ । ନୂତନ ପ୍ରଜନନ ପ୍ରକ୍ରିୟା ବଳରେ ଏହି ପ୍ରଜାତିମାନଙ୍କର ଉତ୍ପାଦନ କ୍ଷମତା ବୃଦ୍ଧି କରାଯିବା ସହିତ କ୍ଷୀର, ଦହି, ଘିଅ ଆଦି ଉତ୍ପାଦ ଦ୍ରବ୍ୟର ବିକ୍ରି ଦିଗରେ ପଦକ୍ଷେପ ଗ୍ରହଣ କରାଯାଇ ସୁଲଭ ଦରରେ ବଜାରରେ ବିକ୍ରି ଦ୍ୱାରା ଉକ୍ତ ଅଂଚଳବାସୀ ତଥା ଅଂଶୀଦାରମାନଙ୍କ ସ୍ୱଚ୍ଛଳ ଜୀବିକା ନିର୍ବାହ ଦିଗରେ ଏହା ଫଳପ୍ରସୂ ହେବ ।
ବିଞ୍ଝାରପୁର, ମୋଟୁ, ଘୁମୁସର ଏବଂ ଖରିଆର ଅଂଚଳରେ ୪ଟି ଗୋ-ପ୍ରଜାତି, ଚିଲିକା ଓ କଳାହାଣ୍ଡିର ୨ ପ୍ରଜାତି ମଇଁଷି ଏବଂ କେନ୍ଦ୍ରାପଡାର ଗୋଟିଏ ପ୍ରଜାତି ମେଣ୍ଢା ପଞ୍ଜୀକରଣ କ୍ଷେତ୍ରରେ ଶ୍ରୀ ସେଠୀ ଏବଂ ଡଃ. ଦାଶଙ୍କ ମିଳିତ ପ୍ରୟାସ ତଥା ବିଶେଷ ଅବଦାନ ରହିଛି । ବର୍ତମାନ ରାଜ୍ୟରେ ସମସ୍ତ ପ୍ରଜାତି ନିମନ୍ତେ ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ସମଗ୍ର ଦେଶରେ ସଂରକ୍ଷଣ ପ୍ରକ୍ରିୟା କ୍ଷେତ୍ରରେ ବିଞ୍ଝାରପୁର ଗୋ-ବୀର୍ଯ୍ୟ ଉତ୍ପାଦନ ଏବଂ ଏହାର କୃତ୍ରିମ ପ୍ରଜନନ ପଦ୍ଧତି ନିମନ୍ତେ ଓଡିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ