ଓଡିଶା ଆସୁଛନ୍ତି ଅଭିଷେକ ବଚ୍ଚନ

ରାଜଧାନୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଶନିବାର ଆୟୋଜିତ ହେବାକୁ ଯାଉଛି ଫୁଟବଲ ସୁପର କପ୍‌ର ଫାଇନାଲ। ଫାଇନାଲର ମୁଖ୍ୟ ଆକର୍ଷଣ ସାଜିଛନ୍ତି ବଲିଉଡ ତାରକା ଅଭିଷେକ ବଚ୍ଚନ।

ଅଭିଷେକ ଆଜି ଦିନ ୧୨.୪୦ରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି। ସନ୍ଧ୍ୟାରେ ମ୍ୟାଚ୍‌ ବେଳେ ଅଭିଷେକ ଷ୍ଟାଡିୟମ୍‌ରେ ଉପସ୍ଥିତ ରହିବେ। ଆଜି ଫାଇନାଲରେ ଚେନ୍ନାଇନ୍‌ ଏଫ୍‌ସି ଓ ଏଫ୍‌ସି ଗୋଆ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।

ଅଭିଷେକ ବଚ୍ଚନ ହେଉଛନ୍ତି ଚେନ୍ନାଇନ୍‌ ଏଫ୍‌ସିର ସହ ମାଲିକ। ଅଭିଷେକ କଳିଙ୍ଗ ଷ୍ଟାଡିୟମରେ ଉପସ୍ଥିତ ରହି ନିଜ ଟିମ୍‌କୁ ଉତ୍ସାହିତ କରିବେ। ଅଭିଷେକଙ୍କ ଛଡ଼ା ଚେନ୍ନାଇନ୍‌ ଏଫ୍‌ସି ଟିମ୍‌ର ଅନ୍ୟ ଜଣେ ମାଲିକ ହେଉଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ