ଓଡିଶା ଜୀବିକା ମିଶନ ପକ୍ଷରୁ ୨ ଦିନିଆ କର୍ମଶାଳା
ବନ୍ତ, (ଚାନ୍ଦିନୀ ମହାନ୍ତି):ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ଗ୍ରାମୀଣ ଉନ୍ନୟନ ବିଭାଗ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ କର୍ମଶାଳାରେ ବିଡିଓ ପ୍ରଦୀପ କୁମାର ସେଠୀ, ଓଡିଶା ଜୀବିକା ମିଶନର ଜିଲା ପ୍ରକଳ୍ପ ଅଧିକାରୀ ସଞ୍ଜୟ କୁମାର ବାରିକ ଯୋଗଦେଇ ସରକାର ମହିଳା ମହାସଂଘକୁ ଦୁର୍ନିତୀମୁକ୍ତ କରିବା ପାଇଁ ପଞ୍ଜୀକୃତ କରିବା ସହ କିପରି ଆୟକର ଓ ଜିଏସ୍ଟି ନିୟମକୁ ପାଳନ କରିବେ ସେନେଇ ପରାମର୍ଶ ଦେଇଥିଲେ । ବିପିଏମ୍ ଦୁର୍ଗା ପ୍ରସାଦ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କର୍ମଶାଳାରେ ୨୫ ପଞ୍ଚାୟତର ଏମ୍.ବି.କେ, ସିଆର୍ପି ଓ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଏଲ୍ସି ରଶ୍ମିତା ପଣ୍ଡା, ସଞ୍ଜୁଲତା ନାୟକ, ଏସ୍.ଡି.ସି ସ୍ମିତା ପାଣିଗ୍ରାହୀଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।