ପ୍ରଫେସର ପଦ୍ମିନୀ ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଖଲ୍ଲିକୋଟ(ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଇଂରାଜୀ ବିଭାଗ ମୁଖ୍ୟ ତଥା ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ପ୍ରଫେସର ପଦ୍ମିନୀ ସାହୁ ନିଜର ବୃତ୍ତିଗତ ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଏହି ଉପଲକ୍ଷେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ପୌରୋହିତ୍ୟରେ ଏକ ସଭାର ଆୟୋଜନ କରାଯାଇଥିଲା। କୁଳପତି ପ୍ରଫେସର ଦାଶ ବୃକ୍ଷରେ ଜଳସିଞ୍ଚନ ପୂର୍ବକ ସଭାରମ୍ଭ କରିଥିଲେ। କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ପ୍ରଫେସର ପଦ୍ମିନୀ ସାହୁଙ୍କ ସମେତ ପରୀକ୍ଷା ନିୟନ୍ତ୍ରକ ଡ. ମନୋଜ କୁମାର ପଟ୍ଟନାୟକ, ହଷ୍ଟେଲ ସମୂହର ୱାଡ଼େନ୍ ଡ. ଦୀପକ କୁମାର ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଫେସର ପଦ୍ମିନୀ ସାହୁଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ତଥା ଅଣଶିକ୍ଷକ କର୍ମଚାରୀ ବହୁ ସଂଖ୍ୟାରେ ଉପସ୍ଥିତ ରହି ନିଜ ନିଜର ଅନୁଭୂତି ବର୍ଣ୍ଣନା କରିବା ସହ ପ୍ରଫେସର ସାହୁଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ  ଅବସର ଗ୍ରହଣ କରୁଥିବା ପ୍ରଫେସର ସାହୁଙ୍କ କର୍ମନିଷ୍ଠା, ବିଶ୍ଵବିଦ୍ୟାଳୟ ପ୍ରତି ଅନ୍ତରିକତାର ଭୂୟସୀ ପ୍ରଶଂସା କରିଥିଲେ। ଅଧ୍ୟାପକ ଡ. ମନୋରଞ୍ଜନ ବିଷୋୟୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଛାତ୍ରକଲ୍ୟାଣ  ଅଧିକାରୀ ଡ. ଉଷାରାଣୀ ରଥ, ଆଇ.କ୍ୟୁ.ଏ.ସି. ର ସଂଯୋଜକ ଡ. ଗୌତମ ସାବତ,ଇତିହାସ ବିଭାଗ ମୁଖ୍ୟ ଡ. ପ୍ରଶାନ୍ତ କୁମାର ନରେନ୍ଦ୍ର,ଦର୍ଶନ ବିଭାଗ ମୁଖ୍ୟ ଡ. ଯତୀନ ବିଷୋୟୀ, ପ୍ରାଣୀବିଜ୍ଞାନ ବିଭାଗର ଡ. ସୁଶୀଲ ରାଠୋର, ଡ. ବିଭୂତି ପ୍ରସାଦ ବାରିକ, ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଡ. ସସ୍ମିତା କୁମାରୀ ବେହୁରା, ରସାୟନ ବିଜ୍ଞାନ ବିଭାଗର ଡ. ବିଭୁ ପ୍ରସାଦ ସାହୁଙ୍କ ସମେତ ବହୁ ଅଧ୍ୟାପକ, ଅଧ୍ୟାପିକା ତଥା ଅଫିସ୍ କର୍ମଚାରୀ  ଉପସ୍ଥିତ ରହିଥିଲେ। ଏକ ଭାବବିହ୍ୱଳ ପରିବେଶରେ ସଭା ସମାପ୍ତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ