ଓଡିଶା ମାଡିଆସୁଛି ଫନି

ପୂର୍ବରୁ ଫନୀର ପ୍ରଭାବ ଓଡିଶା ଉପରେ କିଛି ବି ପ୍ରଭାବ ପଡିବ ନାହିଁ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଉଥିଲା ।କିନ୍ତୁ ପାଣିପାଗ ରେ ପରିବର୍ତ୍ତନ ଦେଖାଦେଇଛି ।ଫନୀ ଓଡିଶା ମୁହିାଁ ହେଉଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ଯଦି ଓଡିଶା ଉପରେ ଫନୀର କରାଳ ରୁପ ଆସେ ତେବେ ସମୁଦ୍ର ପତନ ଠାରୁ ଦେଢ ମିଟର ଉଚ୍ଚର ଜୁଆର ମାଡି ଆସିବ । ଚଳିତ ୨ ତାରିଖରେ ୬ ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରୀ କରିଥିବାବେଳେ ୩ ଓ ୪ ତାରିଖରେ ୧୭ ଟି ଜିଲ୍ଲା କୁ ରେଡ୍ ୱାନିଂ ଦେଇଛି । ବର୍ତ୍ତମାନ ପୁରୀ ଠାରୁ ଫନୀ ୭୦୦ କିଲୋମିଟର ଦୁରରେ ରହିଛି । ଚଳିତ ୩ ତାରଖ ତଥା ଶୁକ୍ରବାର ଦିନ ଫନି ଓଡିଶା ର ଗୋପାଳପୁର ଚାନ୍ଦବାଲି ମଧ୍ୟଭାଗ ପୁରୀ ନିକଟରେ ଲ୍ୟାଣ୍ଡ ଫଣ୍ଡ ହେବ । ସ୍ଥଳଭାଗ ଛୁଇଁଲା ବେଳେ ଘଣ୍ଟା ପ୍ରତି ୧୭୫ ରୁ ୧୮୫ କିଲୋମିଟର ବେଗରେ ପବନ ବହିବ । ୨ରୁ ୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ଫନୀ କାରଣରୁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟବସ୍ତା କରାଯାଇଛି । ବାତ୍ୟା ଫନି ପ୍ରଭାବରେ ଗଞ୍ଜାମ , ଗଜପତି ଖୋର୍ଦ୍ଧା ,ପୁରୀ , ଜଗତସିଂହପୁର ,କେନ୍ଦ୍ରପଡା ,ଭଦ୍ରକ ,ଯାଜପୁର ବାଲେଶ୍ୱରରେ ବ୍ୟାପକ କ୍ଷୟକ୍ଷତି ଘଟିବ । ସମୁଦ୍ର ମଧ୍ୟରେ ଥିବା ମସ୍ର‌୍ୟଜୀବି ମାନଙ୍କୁ ଆସିବାକୁ ପରାମର୍ଶ ଦିଆଯାଇଛି । ସମୁଦ୍ର ଉପକୂଳରେ ବସବାସ କରୁଥିବା ଲୋକମାନଙ୍କୁ ସତର୍କ ରହିବାକୁ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ