ଓଡିଶା ମୁସଲିମ ରିଜର୍ଭଭେସନ ମୁଭମେଂଟ ପକ୍ଷରୁ ଇଦ-ଉଲ-ଫିତର ଅବସରରେ ଗରୀବଙ୍କୁ ଶୁଖିଲା ଖାଦ୍ୟ ବଂଟନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡିଶା ମୁସଲିମ ରିଜର୍ଭଭେସନ ମୁଭମେଂଟ ପକ୍ଷରୁ ଇଦ-ଉଲ-ଫିତର ଅବସରରେ ଗରୀବ ଓ ଅସହାୟ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ମୁସଲିମ ରିଜର୍ଭଭେସନ ମୁଭମେଂଟର ଅଧ୍ୟକ୍ଷ ତଥା ସମାଜସେବୀ ଡା.ସମି ସଲିମ ପବିତ୍ର ଇଦ-ଉଲ-ଫିତର ପର୍ବ ଉପଲକ୍ଷେ କେନ୍ଦ୍ରାପଡା,ପଟ୍ଟାମୁଣ୍ଡାଇ,ଆଳି,ଚଉଦକୁଲାଟ,ଦୋବନ୍ଧା ଓ ମନ୍ତ୍ରୀପଡା ପ୍ରଭୃତି ସ୍ଥାନରେ ୪ହଜାର ଗରୀବ ଓ ଅସହାୟ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡିଶା ମୁସଲିମ ରିଜର୍ଭଭେସନ ମୁଭମେଂଟର କେନ୍ଦ୍ରାପଡା ଜିଲ୍ଲା ୟୁନିଟ ସଭାପତି ସେକ ସାବିର ହୋସେନ,ସମ୍ପାଦକ ସେକ ଅସଲମ,କଲିମ ଖାନ ପ୍ରମୁଖ ସହଯୋଗ କରିଥିଲେ ।


