ଓଡିଶା ମୁସଲିମ ରିଜର୍ଭଭେସନ ମୁଭମେଂଟ ପକ୍ଷରୁ ସାନିଟାଇଜେସନ

କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ) :ଓଡିଶା ମୁସଲିମ ରିଜର୍ଭଭେସନ ମୁଭମେଂଟ କେନ୍ଦ୍ରାପଡା ଶାଖା ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଶିଶୁ ମଙ୍ଗଳ ସମିତି କାର୍ଯ୍ୟାଳୟ ଓ ଲୁଥେରାନ ମହିଳା ସମିତି ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ସାନିଟାଇଜ କରାଯିବା ସହିତ କୁନି କୁନି ପିଲାମାନଙ୍କୁ ଉପହାର ସ୍ୱରୂପ କପଡା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସଙ୍ଘର କେନ୍ଦ୍ରାପଡା ସଭାପତି ସେକ ସାବୀର ହୋସେନ ପରିଚାଳନା କରିଥିବା ବେଳେ ସମ୍ପାଦକ ସେକ ଅସଲମ, କଲିମ ଖାଁ, ନଜିମ ଖାଁ, ସେକ ଫାରୁକ, ଗୁଡନ ଖାଁ, ସେକ ଓସିମ, ସେକ ଆଫତାବ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ