ଓଡିଶା ମେଡିକାଲ ସର୍ଭିସ ଆସୋସେସନ ପକ୍ଷରୁ ସିଟି ହସ୍ପିଟାଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ ) ଗତ ଚାରି ଦିନ ପୁର୍ବେ କଲିକତାର ରୋଗୀଙ୍କ ସମ୍ପର୍କୀୟଙ୍କ ଆକ୍ରମଣରେ ଦୁଇ ଜଣ ହାଉସ ସର୍ଜନଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦରେ ଆଜି ଓଡିଶା ମେଡିକାଲ ସର୍ଭିସ ଆସୋସେସନ ପକ୍ଷରୁ ସିଟି ହସ୍ପିଟାଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଘଟଣାକୁ ସର୍ବଭାରତୀୟ ସରକାରୀ ଡାକ୍ତର ସଂଘ ମଧ୍ୟ ତୀବ୍ର ନିନ୍ଦା କରିଛି । ବ୍ରହା୍ମପୁର ଠାରେ ରାଜ୍ୟ ଓମସା ସଭାପତି ଡାକ୍ତର ନିରାକାର ଭଟଙ୍କ ଅଧକ୍ଷତାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଜଗତସିଂହପୁର, ରାଉରକେଲା, କଟକ,
ଅନୁଗୁଳ, ବାଲେଶ୍ୱର , ବାରିପଦାରେ ମଧ୍ୟ ଓମସା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୁରନ୍ତ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଆନ୍ଦୋଳନରତ ଡାକ୍ତରଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବା ସହ ଡାକ୍ତରଙ୍କୁ ମାଡ ମାରିଥିବା ଲୋକଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓମସା ଦାବୀ କରିଛି । ଓଡିଶା ଢାଞ୍ଚାରେ ମମତା ବାନାର୍ଜୀ ଡାକ୍ତରଙ୍କ ସୁରକ୍ଷା ବ୍ୟବସ୍ଥା କରିବାକୁ ଏଠାରେ ଆହ୍ୱାନ ଦିଆଯାଇଛି । ପଶ୍ଚିମବଙ୍ଗ ଡାକ୍ତରଙ୍କୁ ସମର୍ଥନ ଜଣାଇ ସାରା ଦେଶରେ ଡାକ୍ତର ଆନ୍ଦୋଳନ ଆରମ୍ଭ ହୋଇଥିବାରୁ କେନ୍ଦ୍ର ସରକାର ତୁରନ୍ତ ଡାକ୍ତର , କର୍ମଚାରୀ , ହସ୍ପିଟାଲର ସୁରକ୍ଷା ବିଲ ଆଣିବାକୁ ଓମସା ପକ୍ଷରୁ ଦାବୀ କରାଯାଇଛି । ଦୀର୍ଘ ଦୁଇ ବର୍ଷ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ସୁଦ୍ଧା କିଛି ସୁଫଳ ହୋଇନଥିବା ଡାକ୍ତର ଭଟ୍ଟ କହିଛନ୍ତି । ସାରା ଭାରତରେ ଡାକ୍ତରମାନଙ୍କ ପାଇଁ ଏକା ଦରମା , ଏକା ସୁରକ୍ଷା ଓ କ୍ୟାଡର ବ୍ୟବସ୍ଥା କରାଗଲେ ଦେଶବ୍ୟାପୀ ରୋଗୀ ସେବାର ଉନ୍ନତ୍ତି ଘଟିବ ବୋଲି କହିଛନ୍ତି । ଆସନ୍ତା ତିନିଦିନ ଧରି ବ୍ୟାପକ ଆନ୍ଦୋଶଳନ ଲାଗି ରହିବ ବୋଲି ଓମସା ସଭାପତି ଡା.ଭଟ୍ଟ କହିଛନ୍ତି । ଏହି ଅବସରରେ ଡାକ୍ତର ବିଜୟ ପାଣିଗ୍ରାହୀ , ଡା. ପି.କୁର୍ମେୟ , ଡା.ଶଙ୍କର୍ଷଣ ପାତ୍ର , ଡା.ଭବାନୀ ଶଙ୍କର ମିଶ୍ର , ଡା. ପ୍ରମୋଦ ପଟ୍ଟନାୟକ , ଡା.ରତ ସାମଲ , ଡା.ଅଶୋକ କୁମାର ମଲ୍ଲିକ , ଡା.ସୁଶାନ୍ତ ବେହେରା, ଡା. ରାଜେନ୍ଦ୍ର ସାହୁ, ଡା. କୃଷ୍ଣମୋହନ ରଥ , ଡା. ଶୁଭକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


