ଓଡିଶା ମୋଟର ଚାଳକ ସଂଘ ପକ୍ଷରୁ ବାଇକ ରାଲି ଅନୁଷ୍ଠିତ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଓଡିଶା ମୋଟର ଚାଳକ ସଂଘ ବ୍ରହ୍ମପୁର ଶାଖା ପକ୍ଷରୁ ମଙ୍ଗଳବାର ଏକ ବାଇକ ରାଲି ପୁରୁଣଆ ବସ ଷ୍ଟାଣ୍ଡଠାରୁ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ପ୍ୟନ୍ତ ଯାଇଥିଲା ସଂଘ ସଭାପତି ରାଜେନ୍ଦ୍ର କୁମାର ଚୌଧୁରୀଙ୍କ ନେତୃତ୍ୱରେ ଅନଷ୍ଠିିତ ହୋଇଯାଇଛି । ବ୍ରହ୍ମପୁର ମହାନଗର ନିଗମରେ ଏକ ଟ୍ୟାକ୍ସି ଷ୍ଟାଣ୍ଡ ନିମନ୍ତେ ସ୍ଥାନ ପ୍ରଦାନ, ମୋଟର ଚାଳକ ମାନଙ୍କ ନିମନ୍ତେ ବିଶ୍ରାମ ଘର, ଆଲୋକ ବ୍ୟବସ୍ଥା ଓ ଶୌଚାଳୟର ସୁବନ୍ଦୋବସ୍ଥ ଇତ୍ୟାଦି ଦାବିନେଇ ଏକ ସ୍ାଂରକ ପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନୀଳମାଧବ ପାଠୀ, ଦୋବାରା ଗୌଡ,ଜିତେନ୍ଦ୍ର ପଣ୍ଡା, ଗୋପାଲ ସାହୁ, ଟୁନା ମହାରଣା ପ୍ରମୁଖ ଏହି ରାଲିରେ ଯୋଗ ଦେଇଥିଲେ ।


