ଅଜବ ଅଭ୍ୟାସ; ପାଖରେ ସବୁବେଳେ ଥାଏ ଟୁଥ୍ବ୍ରଶ

ଲସ୍ ଏଞ୍ଜେଲସ୍ : ବିଭିନ୍ନ ଲୋକଙ୍କର ବିଭିନ୍ନ ପ୍ରକାରର ଅଭ୍ୟାସ ଥାଏ । ତେବେ କିଛି ଲୋକଙ୍କର ଭାରି ଅଜବ ଅଭ୍ୟାସ ଥାଏ । ଏମିତିକି କିଛି ସେଲେବ୍ରିଟିଙ୍କର ମଧ୍ୟ ଅଜବ ଅଭ୍ୟାସ ରହିଛି, ଯାହାକୁ ଶୁଣିଲେ ଆପଣ ନ ହସି ରହିପାରିବେ ନାହିଁ । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହଲିଉଡ୍ ସିଙ୍ଗର୍ ଲିଆମ୍ ଗ୍ୟାଲଗେର୍ । ସେ ସବୁ ବେଳେ ତାଙ୍କ ପାଖରେ ଟୁଥ୍ବ୍ରଶ୍ଟିଏ ରଖିଥା’ନ୍ତି । ସେ ନିଜେ ଏ କଥା କହିଛନ୍ତି । “ଦ ସନ୍’ ଖବର କାଗଜକୁ ଦେଇଥିବା ଏକ ସାକ୍ଷାତକାରରେ ଲିଆମ୍ କହିଛନ୍ତି ଯେ ସେ ସର୍ବଦା ତାଙ୍କ ପାଖରେ ଟୁଥ୍ବ୍ରଶ୍ ରଖିଥା’ନ୍ତି ଓ ବାରମ୍ବାର ବ୍ରଶ୍ କରିଥା’ନ୍ତି । ଯେତେବେଳେ ବି ତାଙ୍କର ନଜର ଟୁଥ୍ବ୍ରଶ୍ ଉପରେ ପଡ଼ିଥାଏ, ସେ ବ୍ରଶ୍ କରିବା ଆରମ୍ଭ କରିଥା’ନ୍ତି । ସେ କହିଛନ୍ତି, “ମୁଁ ବାହାରକୁ ଗଲେ ଟୁଥ୍ବ୍ରଶ୍ ନେଇ ନିଶ୍ଚୟ ଯାଏ । କାରଣ ଯେବେ ବି ମାର ଫ୍ୟାନ୍ମାନେ ମା ସହିତ ଫଟୋ ଉଠାଇବେ ଓ ସେତେବେଳେ ମୋ ଦାନ୍ତ ଗୁଡ଼ିକ ପରିଷ୍କାର ଥିବା ଜରୁରୀ ।’ ଏକ ଘଟଣାକୁ ମନେ ପକାଇ ଏହି ସାକ୍ଷାତକାରରେ ଲିଆମ୍ ଆହୁରି କହିଛନ୍ତି, “ଥରେ ମୁଁ ଆର୍ସେନଲ୍ ଯାଇଥିଲି । ସେଠାରେ ଜଣେ ସିକ୍ୟୁରିଟି ଗାର୍ଡ ମୋତେ ପ୍ରଶ୍ନ କରିଥିଲେ, ସାଙ୍ଗରେ ଟୁଥ୍ବ୍ରଶ୍ କାହିଁକି ଆଣିଛନ୍ତି ? ମୁଁ କହିଥିଲି, ଆର୍ସେନଲର ରେଡ୍ ୱାଇନ୍ ବହୁତ ଭଲ । ତେଣୁ ଏଠାକାର ଅତିଥି ସଂସ୍କାରରେ ମୁଁ ଫସି ଯିବି । ପ୍ରତି ଦୁଇ ସେକେଣ୍ଡରେ ଫ୍ୟାନମାନେ ମୋ ସହିତ ସେଲ୍ଫି ନେବାକୁ ଚାହୁଁଛନ୍ତି । ତେଣୁ ଲାଲ୍ ଅଙ୍ଗୁର ଖାଇବା ପରି ମୋ ମୁହଁ ଦେଖାଯାଉ ବୋଲି ମୁଁ ଚାହୁଁନାହିଁ । ସେଥିପାଇଁ ଟିକିଏ ଫୁରସତ୍ ପାଇଲେ ମୁଁ ବ୍ରଶ୍ କରୁଛି ।’

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ