ଓଡିଶା ମୋ ପରିବାର ଘୋଷଣା କଲେ ନବୀନ

ବିଜୁ ଜନତା ଦଳ ପକ୍ଷରୁ ସମାଜସେବା କାର୍ଯ୍ୟକ୍ରମ ଓଡିଶା ମୋ ପରିବାର ଘୋଷଣା କରିଛନ୍ତି ଓଡିଶାର ପ୍ର୍ରିୟ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ । ମୋ ପରିବାର ଯୋଜନାରେ ନବୀନ ୩ ଗୋଟି ପ୍ରସଙ୍ଗକୁ ସାମିଲ କରିବା ସହ ଗୁରୁତ୍ୱରୋପ କରିଛନ୍ତି ।ଏଥିରେ ଦଳର କର୍ମୀମାନେ ବ୍ୟାପକ ବୃକ୍ଷରୋପଣ ସହ ଅନ୍ୟ ଦିଗ ପ୍ରତି ସଜାଗ ହେବେ । ପ୍ରଥମ ଲକ୍ଷ୍ୟ ପରିବେଶ ଦିନକୁ ଦିନ ଦୁଷିତ ହେବାକୁ ଲାଗିଥିବା ବେଳେ ପରିବେଶ ବଂଚାଇବା ନିମନ୍ତେ ବୃକ୍ଷ୍ୟରୋପଣ କରିବା ସହ ଲୋକମାନଙ୍କୁ ସଚେତନ କରିବା ସହ ଦ୍ୱୀତିୟ ରକ୍ତଦାନ ସେବା ଓ କଲ୍ୟାଣ ଏବଂ ଏହି ରକ୍ତ ଦାନ ସେବାକୁ ସାମାଜିକ ଆନ୍ଦୋଳନର ଲକ୍ଷ୍ୟ ରଖାଯାଇଛି । ଏହା ସହ ଓଡିଆ ମାନଙ୍କ ବିପଦ ସମୟରେ ଓଡିଆ ମାନଙ୍କୁ ସହାୟତା ଲାଗି କର୍ମୀ ମାନେ କାର୍ଯ୍ୟକରିବେ । ଏହି ବିଜୁ ଜନତା ଦଳର କାର୍ଯ୍ୟକ୍ରମ ଓଡିଶା ମୋ ପରିବାର ଓଡିଶା ବାସୀଙ୍କ ପୂର୍ଣ୍ଣ ସହଯୋଗରେ ଲୋକଙ୍କୁ ସେବା ଯୋଗାଇଦେବାରେ ସୁଫଳ ହେବ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନପଟ୍ଟନାୟକ । ଏହି କାର୍ଯ୍ୟକ୍ରମର ଆବାହକ ରହିବେ ଅରୁପ କୁମାର ପଟ୍ଟନାୟକ,ପିନାକୀ ମିଶ୍ର, ଡକ୍ଟର ଅଚ୍ୟୁତ୍ ସାମନ୍ତ ,ଚନ୍ଦ୍ର ଶେଖର ସାହୁ, ଅତନୁ ସବ୍ୟସାଚୀ ନାୟକ ଓ ନଳନୀ କାନ୍ତ ପ୍ରଧାନ ରହିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ