ସିନ୍ଦୂର ସହ ଜଡ଼ିତ ବିଶେଷ ତଥ୍ୟ

ବିବାହିତା ମହିଳାମାନେ ନିଜ ପତିଙ୍କ ଦୀର୍ଘାୟୁ ପାଇଁ ମଥାରେ ସିନ୍ଦୂର ଲଗାଇଥାଆନ୍ତି ବୋଲି ମାନ୍ୟତା ରହିଛି । ଏତଦ୍ ବ୍ୟତୀତ ସିନ୍ଦୂର ଲଗାଇବା ଦ୍ୱାରା ଗୃହରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ । ସିନ୍ଦୂରର ବ୍ୟବହାର ପୂଜାର୍ଚ୍ଚନାରେ ମଧ୍ୟ କରାଯାଏ । ଜାଣନ୍ତୁ ସିନ୍ଦୂର ସହ ଜଡ଼ିତ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ.
ପାଞ୍ଚଟି ମଙ୍ଗଳବାର ଓ ଶନିବାର ମଲ୍ଲୀ ଫୁଲର ତେଲରେ ସିନ୍ଦୂର ମିଶାଇ ପ୍ରଭୁ ହନୁମାନଙ୍କୁ ଅର୍ପଣ କରନ୍ତୁ । ଏହାପରେ ଗୁଡ଼ ଓ ଚଣାର ଭୋଗ କରନ୍ତୁ । ଏପରି କରିବା ଦ୍ୱାରା ଜୀବନର ସମସ୍ତ ସମସ୍ୟା ଦୂର ହୋଇଥାଏ ।
ମାନସମ୍ମାନ ବୃଦ୍ଧି କରିବାକୁ ଇଚ୍ଛା ଥିଲେ ଏକ ପାନ ପତ୍ରରେ ଫିଟକିରି ଓ ସିନ୍ଦୂର ବାନ୍ଧିକରି ବୁଧବାର ଦିନ ଅଶ୍ୱତ୍ଥବୃକ୍ଷ ତଳେ କୌଣସି ପଥର ତଳେ ରଖି ଦିଅନ୍ତୁ । ରଖିବା ପରେ ପଛକୁ ବୁଲି ଅନାଇବେ ନାହିଁ । ଏପରି ଲଗାତର ୩ଟି ବୁଧବାର କରନ୍ତୁ ।
ଯଦି ଗୃହରେ ଧନ ସହ ସମ୍ବନ୍ଧିତ ସମସ୍ୟା ଲାଗି ରହୁଥାଏ, ତେବେ ଏକ ନଡ଼ିଆରେ ସିନ୍ଦୂର ଲଗାଇ ଏକ ଲାଲ କପଡ଼ା ଗୁଡ଼ାଇ ପୂଜା କରନ୍ତୁ । ଏପରି କରିବା ଦ୍ୱାରା ଧନ ସହ ଜଡ଼ିତ ସମସ୍ୟା ଦୂର ହୋଇଥାଏ । ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ।
ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ମୁଖ୍ୟ ଦ୍ୱାରରେ ତେଲ ମିଶ୍ରିତ ସିନ୍ଦୂର ଲଗାଇବା ଦ୍ୱାରା ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରି ନଥାଏ । ନିୟମିତ ୪୦ ଦିନ ପର୍ଯ୍ୟନ୍ତ ଏହାକୁ ଲଗାଇଲେ ଗୃହର ବାସ୍ତୁ ଦୋଷ ଦୂର ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ