ଓଡିଶା ଯୁବ ସ୍ୱାଭିମାନ ମଞ୍ଚ ପକ୍ଷରୁ ମହାନଦୀବିହାରସ୍ଥିତ ଜାଇକା କାର୍ଯ୍ୟାଳୟ ସମ୍ମୁଖରେ ନିରବ ପ୍ରତିବାଦ
କଟକ,(ଦୀପକ୍ କୁମାର ବେଉରା): ଆଗକୁ ଆସୁଛି ଶାରଦୀୟ ପୂଜା। ହେଲେ କଟକ ସହରର ରାସ୍ତାଘାଟ ସମସ୍ୟା ଏ ଯାଏଁ ସୁଧୁରିନାହିଁ। ଏଥିପାଇଁ ଆଜି ଓଡିଆ ଯୁବ ସ୍ୱାଭିମାନ ମଞ୍ଚ ପକ୍ଷରୁ ମହାନଦୀବିହାରସ୍ଥିତ ଜାଇକା କାର୍ଯ୍ୟାଳୟ ସମ୍ମୁଖରେ ନିରବ ପ୍ରତିବାଦ କରାଯାଇ କର୍ତ୍ତୃପକ୍ଷ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଗୋଟିଏ ପଟେ ଲୋକମାନେ କରୋନା ଯନ୍ତ୍ରଣା ଭୋଗୁଥିବାବେଳେ ଅନ୍ୟପଟେ ରାସ୍ତାଘାଟର ସମସ୍ୟା ଅଣନିଶ୍ୱସୀ କରିପକାଇଲାଣି। ସହରର ଅନେକ ସ୍ଥାନରେ ଜାଇକା ଅଧା ରାସ୍ତାକାମ କରି ପକାଇ ଦେଉଥିବା ମଞ୍ଚ ଅଭିଯୋଗ କରିଛି। ଯାହା ଫଳରେ ସହରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଛି। ଜାଇକାର ମନମୁଖୀ କାର୍ଯ୍ୟ ସିଏମସି ଏବଂ ଜାଇକାର ସମନ୍ୱୟ ଅଭାବ ଯୋଗୁଁ ସହରବାସୀ ଅତିଷ୍ଠ ହୋଇପଡିଲେଣି ବୋଲି ମଞ୍ଚ କହିଛି। ପୂଜା ପୁର୍ବରୁ ସହରରେ ଡ୍ରେନେଜ୍ ଏବଂ ରାସ୍ତାଘାଟ କାର୍ଯ୍ୟ ନ ସରେ ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ବୋଲି ଚେତାଇ ଦେଇଛି ଓଡିଶା ଯୁବ ସ୍ୱ।ଭିମାନ ମଞ୍ଚ।


