ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ଏବିଇଓଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକର ବିଜାତଳା ସରକାରୀ ଉପନ୍ୟାସ ବିଦ୍ୟାଳୟ ପରିସରରେ ଗୋଷ୍ଠୀଶିକ୍ଷା କେନ୍ଦ୍ର ତରଫରୁ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ଏବିଇଓ ଶ୍ରୀପତି ପାତ୍ରଙ୍କୁ ଭାବ ବିହ୍ୱଳ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।
ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବିଜାତଳା ବିଇଓ ନେପାଳ ମୁଣ୍ଡା, ସମ୍ମାନିତ ଅତିଥି ଏବିଇଓ ରଂଜନ ସାଣ୍ଡିଲ ଯୋଗ ଦେଇଥିବା ବେଳେ ସିଆରସିସି ସହଦେବ ବେହେରା ସ୍ୱାଗତ ଭାଷଣ ଏବଂ ବିଶିଷ୍ଟ ଶିଶୁ କବି ତଥା ଶିକ୍ଷକ ଭବାନୀ ଶଙ୍କର ଗିରି ଅତିଥି ପରିଚୟ କରିଥିଲେ ।ସେ ଜଣେ ଭଲ ଶିକ୍ଷା ପ୍ରଶାସକ ଥିଲେ ।ପ୍ରତିମାସ ପହିଲାରେ ସ୍କୁଲ ଯାଞ୍ଚ, ଶିକ୍ଷକ ତାଲିମ ଶିବିର,ଆଦର୍ଶ ଶିକ୍ଷକ ସମ୍ମାନ, ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ସମ୍ମାନ ଏବଂ ବୃତ୍ତିଧାରୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରି ଆସୁଥିଲେ । ଶ୍ରୀପତି ପାତ୍ର ଜଣେ ଅତ୍ୟନ୍ତ ଭଦ୍ରକ,ନମ୍ର,ମେଳାପୀ, ମିଷ୍ଟଭାଷୀ, କର୍ତ୍ତବ୍ୟନିଷ୍ଠ ଓ ନ୍ୟାୟ ବାନ ଅଧିକାରୀ ଥିଲେ ବୋଲି ବକ୍ତାମାନେ ତାଙ୍କର ଗୁଣ ଗାନ କରିଥିଲେ ଓ ଜଣେ ନୀତିବାନ ଓ ପ୍ରଚଣ୍ଡ ପ୍ରତିଭାମାନଙ୍କୁ ବର୍ଣ୍ଣନା କରିଥିଲେ ।ଏହି କାର‌୍ୟ୍ୟକ୍ରମରେ ଶିକ୍ଷକ ଜୟନ୍ତୀ ବେହେରା,ଶିବ ବେହେରା, ରାମେଶ୍ବର ବେହେରା,ଡୁଲୁମ ନାଏକ,ସଞହିରାମ ନାଏକ,ଲକ୍ଷ୍ମୀଧର ଛାଟିଆ, ସବିତା ହେମ୍ବ୍ରମ୍ ଙ୍କ ସମେତ ବହୁ ଶିକ୍ଷକ/ଶିକ୍ଷୟତ୍ରୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ