ଓଡିଶା ରାଜ୍ୟ ଅଣଗେଜେଟେଡ ପ୍ରାଣୀଚିକିତ୍ସା ବୈଷୟିକ କର୍ମଚାରୀ ସଙ୍ଘ ଜିଲ୍ଲା ଶାଖା କର୍ମକର୍ତ୍ତା ନିର୍ବାଚନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ): ଓଡିଶା ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଙ୍ଗ ଜିଲ୍ଲା ଶାଖାର ଏକ ସାଧାରଣ ଅଧିବେସନ ସ୍ଥାନୀୟ ଗରାପୁରସ୍ଥିତ ଶ୍ରୀଗୋପାଳଜୀଉ ମନ୍ଦିର ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ସଭାପତି ବିବେକାନନ୍ଦ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସଙ୍ଘ ସଭାପତି ଉପେନ୍ଦ୍ର ନାଥ ରଣା ଉପସ୍ଥିତ ଥିଲେ । ବୈଠକରେ ସଙ୍ଘ ସଦସ୍ୟମାନଙ୍କର ବିଭିନ୍ନ ସମସ୍ୟା, ଅଭିଯୋଗ, ଅସୁବିଧା ଓ ଦାବୀ ଗୁଡିକ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇ ସେସବୁର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ସ୍ଥିର କରାଯାଇଥିଲା । ଜିଲ୍ଲା ସଙ୍ଘର ନୂତନ କର୍ମକର୍ତ୍ତା ଚୟନ କରାଯାଇ ଜିଲ୍ଲା ସଭାପତି ଭାବେ ବିବେକାନନ୍ଦ ଜେନା, ଉପସଭାପତି ପ୍ରିୟମ୍ବଦା ଲେଙ୍କା ଓ ଶ୍ରୀନିବାସ ସେଠୀ, ସଂଗଠନ ସମ୍ପାଦକ ପ୍ରଦୀପ କୁମାର ମହାନ୍ତି, ସମ୍ପାଦକ ଜ୍ୟୋତି ପ୍ରକାଶ ମହାନ୍ତି, କୋଷାଧ୍ୟକ୍ଷ ପ୍ରଦୀପ କୁମାର ସାମନ୍ତରାୟ, ରାଜନଗର ବ୍ଲକର ପିନାକ ଚରଣ ରାଉତ, ରାଜକନିକା ଅଶୋକ କୁମାର ପ୍ରଧାନ, ଆଳି ସର୍ବେଶ୍ୱର ନାଥ, ପଟ୍ଟାମୁଣ୍ଡାଇ ପ୍ରଶାନ୍ତ ଜେନା, କେନ୍ଦ୍ରାପଡା ପ୍ରମୋଦ ବେହେରା, ମାର୍ଶାଘାଇ ମନୋଜ ରାଉତରାୟ, ମହାକାଳପଡା ସତ୍ୟରଞ୍ଜନ ରାଉତ, ଗରଦପୁର ରାଜେନ୍ଦ୍ର ସେଠୀ,ଡେରାବିଶି ବ୍ଲକର ସତ୍ୟରଞ୍ଜନ ଦାସଙ୍କୁ ବ୍ଲକ କର୍ମକର୍ତ୍ତା ଭାବେ ନିର୍ବାଚିତ କରାଯାଇଛି । ନବ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ରାଜ୍ୟ ସଙ୍ଗର ସଭାପତି ଶ୍ରୀ ରଣା ଶପଥ ପାଠ କରାଇଥିଲେ । ଆଗାମୀ ୩ବର୍ଷ ପର୍ଯ୍ୟନ୍ତ ଏହି କର୍ମକର୍ତ୍ତାମାନେ କାର୍ଯ୍ୟ କରିବାକୁ ସ୍ଥିର କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ