ଓଡିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ପୁରୀ ଜିଲ୍ଲା ଶାଖାର ତ୍ରିବାର୍ଷିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଯାତ୍ରୀ ନିବାସ ବାଙ୍କୁଏଟ ହଲ ଠାରେ ଓଡିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ପୁରୀ ଜିଲ୍ଲା ଶାଖାର ତ୍ରିବାର୍ଷିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ପୁରୀ ଜିଲ୍ଲା ଶାଖାର ସଭାପତି ରାମଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶାଖାର ତ୍ରିବାର୍ଷିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ନିର୍ବାଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ କରି ଏହାର ଶୁଭାରମ୍ଭ କରିଥିଲେl ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଓଡିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ରାଜ୍ୟ ସଭାପତି ସୁଚେଦ୍ର ମହାନ୍ତି, ସାଧାରଣ ସମ୍ପାଦକ ମହମ୍ମଦ ଜାଭେଦ ଆକ୍ତର, ଚମ୍ପୁଆ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟର ସହାୟକ ଜିଲ୍ଲାପାଳ ସୁଜିତ କୁମାର ସ୍ଵାଇଁ, ରାଜ୍ୟ ଯୁଗ୍ମସଂପାଦକ ଶୁଭ୍ରଜିତ ମଢୁଆଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୀପକ ମହନ୍ତ, ପୁରସ୍ତମ କଅଁର, ପୁରୀ ଜିଲ୍ଲା ନିର୍ବାଚନ ଅଧିକାରୀ ଅଜିତ କୁମାର ଡାକୁଆ ପ୍ରମୁଖ ଯୋଗଦେଇଥିଲେ। ଓଡ଼ିଶା ରାଜ୍ୟ କ୍ଷେତ୍ର ଅଧିକାରୀ ସଂଘ ପକ୍ଷରୁ ୧୪ଦଫା ଦାବି ମଧ୍ୟରେ ସହକାରୀ ରାଜସ୍ବ ନିରୀକ୍ଷକ ଙ୍କ ସର୍ବନିମ୍ନ ଦରମା ୮ହଜାର କରିବା ସହ ଶିକ୍ଷାଗତ ଯୋଗ୍ୟତା ସ୍ନାତକ କରାଯାଇ ୯୦ ପ୍ରତିଶତ ରାଜସ୍ବ ନିରୀକ୍ଷକ ପଦବୀରେ ପଦୋନ୍ନତି ପ୍ରଦାନ, ଗ୍ରାମ ପଞ୍ଚାୟତ ଓ୍ବାରୀ ରାଜସ୍ବ ସର୍କଲ ଖୋଲିବା, ଅଭିଜ୍ଞ ରାଜସ୍ବ କ୍ଷେତ୍ର ଅଧିକାରୀ ମାନଙ୍କୁ ଓଡିଶା ରାଜସ୍ବ ସେବା ନିମନ୍ତେ ସୁପାରିସ କରିବା, ଓଡିଶା ଜିଲ୍ଲା ରାଜସ୍ବ ସେବା ନିୟମାବଳୀ ସଂଶୋଧନ କରି କ୍ଯାଡରର ସଂଶୋଧନ କରି ୩/୧ ଅନୁପାତରେ ରାଜସ୍ବ ପରିଦର୍ଶକ ପଦବୀରେ ନିଯୁକ୍ତି, ରାଜସ୍ବ ନିରୀକ୍ଷକ କ୍ଯାଡରରେ ସଂଶୋଧନ, ରାଜସ୍ବ ନିରୀକ୍ଷକ ମାନଙ୍କ ଗ୍ରସ୍ତ ଖର୍ଚ୍ଚ ବାବଦକୁ ମାସିକ ମୌଳିକ ଦରମାର ୧୦ ଶତକଡା ହାରରେ ବୃଦ୍ଧି କରାଯାଉ, ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ ସହକାରୀ ରାଜସ୍ବ ନିରୀକ୍ଷକ ଓ ଗ୍ରୁପ ଡି ପଦବୀ ପୂରଣ ସମେତ ୧୪ ଦଫା ଦାବି ସମ୍ପର୍କରେ ରାଜ୍ୟ ସରକାର ତ୍ବରିତ ପଦକ୍ଷେପ ଗ୍ରହଣ ଏହି କାର୍ଯ୍ୟକ୍ରମକୁ ରାଜସ୍ବ ପରିଦର୍ଶକ ପ୍ରଶାନ୍ତ କୁମାର ମାଝୀ, ଜୁଣେଇ ରାଜସ୍ବ ନିରୀକ୍ଷକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଗୋପ ରାଜସ୍ବ ନିରୀକ୍ଷକ ରଶ୍ମିତା ପ୍ରଧାନ, ରାଜସ୍ବ ନିରୀକ୍ଷକ ବାରିସି ହେମ୍ବ୍ରମ, ପାର୍ଥ ରଂଜନ ସେଠୀ ଓ ସହକାରୀ ରାଜସ୍ବ ନିରୀକ୍ଷକ ଯଶୋବନ୍ତ ନାୟକ ସମେତ ଜିଲ୍ଲା ସଂଘର ସଦସ୍ଯ ସଦସ୍ୟା ମାନେ ପରିଚାଳନା କରିଥିଲେ।