ଓଡିଶା ସରକାରଙ୍କ ଅବହେଳା ଯୋଗୁଁ ଆନ୍ଧ୍ର ଉପରେ ନିର୍ଭର ହେବା ଯୋଗୁଁ ଆନ୍ଧ୍ରର ଦୈରାତ୍ମ୍ୟ ବଢିଛି : ଗଙ୍ଗାବାଡ ଗ୍ରାମପଞ୍ଚାୟତବାସୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଓଡିଶା ସରକାରଙ୍କ ଦ୍ୱାରା କେତେକ ମୌଳିକ ସମସ୍ୟାର ସମାଧାନ ହୋଇପାରିନଥିବା ଯୋଗୁଁ ଅବହେଳିତ ରହିଆସିଛି ଗଜପତିର ଗଙ୍ଗାବାଡ ପଞ୍ଚାୟତ । ଯଦ୍ୱାରା ଆମ୍ଭେ ଆନ୍ଧ୍ର ଉପରେ ନିର୍ଭର ହେବା ନିମନ୍ତେ ବାଧ୍ୟା ହେଉଛୁ ଏବଂ ନିର୍ଭର ହୋଇ ଆସୁଛୁ । ଯାହାଫଳରେ ଆନ୍ଧ୍ର ସରକାରଙ୍କ ଲୋଲୁପ ଦୃଷ୍ଟି ପଡିଛି । ଏଥିସହ ଆନ୍ଧ୍ର ଓଡିଶା ମଧ୍ୟରେ ବିଭିନ୍ନ ଭାବେ ଦୈରାତ୍ମ୍ୟ ବଢାଇ ନିଜର ହକ ସାବ୍ୟସ୍ତ କରିବା ନିମନ୍ତେ ଯଥାଶକ୍ତି ପ୍ରୟୋଗ କରିଆସୁଛି । ଏଭଳି ଏକ ଅଭିଯୋଗ ତଥା ଦାବି ହୋଇଛି ଗଙ୍ଗାବାଡ ପଞ୍ଚାୟତବାସୀଙ୍କ ତରଫରୁ । ଏନେଇ ଗଜପତି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଗଙ୍ଗାବାଡ ପଞ୍ଚାୟତବାସୀ । କଇଁପୁର ଠାରୁ ଗଙ୍ଗାବାଡ ପର୍ଯନ୍ତ ପକ୍କାରାସ୍ତାକୁ ଯୁଦ୍ଧକାଳିନ ଭିତ୍ତିରେ ନିର୍ମାଣ କରିବା, ଗଙ୍ଗାବଡ ପଞ୍ଚାୟତରେ ଯଥାଶିଘ୍ର ଏକ ମୋବାଇଲ ନେଟୱାର୍କ ସ୍ଥାପନ କରିବା, ଗଙ୍ଗାବାଡ ପଞ୍ଚାୟତରେ ଏକ ୧୦୦ଶଯ୍ୟା ବିଶିଷ୍ଠ ଏକ ବାଳିକା ଆବାସିକ ବିଦ୍ୟାଳୟ ନିର୍ମାଣ କରିବା, ପଞ୍ଚାୟତରେ ଥବା ଉଚ୍ଚ ବିଦ୍ୟାଳୟରେ ଥିବା ୪୦ ଆସନ ବିଶିଷ୍ଠ ଛାତ୍ରାବାସକୁ ୧୦୦ ଆସନରେ ପରିଣତ କରିବା । ଆନ୍ଧ୍ର ଓଡିଶା ଉଭୟ ସରକାରଙ୍କ ଉଚ୍ଚସ୍ତରୀୟ ପଦାଧିକାରୀଙ୍କ ଉପସ୍ତିତିରେ ସ୍ଥାୟୀ ସୀମା ନିର୍ଦ୍ଧରଣ କରି ସ୍ଥାୟୀ ସମସ୍ୟାର ସମାଧାନ କରିବା, ଗଙ୍ଗାବାଡ ଓ କେରାଣ୍ଡି ଦୁଇଟି ପଞ୍ଚାୟତ ପାଇଁ ଚମ୍ପାପୁର ଠାରେ ଏକ ରାଜସ୍ୱ ନିରିକ୍ଷକଙ୍କ କାର୍ଯ୍ୟାଳୟ ନିର୍ମାଣ କରିବା, ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଉତ୍ପାଦିତ କରାଯାଉଥିବା ଲଘୁ ବନଜାତ ଦ୍ରବ୍ୟକୁ କ୍ରୟ କରିବା ନିମନ୍ତେ ବ୍ୟବସ୍ଥା କରିବା, ଆନ୍ଧ୍ର ଦ୍ୱାରା ନିର୍ମାଣ କରାଯାଇଥିବା ଅଙ୍ଗନବାଡି କେନ୍ଦ୍ର ଠାରେ ବିନ୍ ପୋଷାକରେ ଜଗି ରହିଛନ୍ତି ଆନ୍ଧ୍ର ପୋଲିସ ଏବଂ ଓଡିସାର ଯେ କୌଣସି ବ୍ୟକ୍ତି, ପ୍ରଶାସନିକ ଅଧିକାରୀ କିମ୍ବା ସ୍ଥାନୀୟ ବାସିନ୍ଦା ଆନ୍ଧ୍ର ବିରୋଧରେ ସ୍ୱର ଉତ୍ତଳନ କଲେ ଗୁଳି କରିବା ନିମନ୍ତେ ଆନ୍ଧ୍ର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା, ବିନା ପୋଷାକରେ ଜଗି ରହିଥିବା ଆନ୍ଧ୍ର ପୋଲିସର କର୍ମଚାରୀ ମାନେ ଧମକ ଦେଉଛନ୍ତି । ଯଦ୍ୱାରା ସ୍ଥାନୀୟ ବାସୀନ୍ଦା ଏବଂ ଓଡିଶାର ଲୋକମାନେ ଭୟରେ ଦିନ କାଟୁଛନ୍ତି । ସେଥିପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ଆଜି ଏନେଇ ଗଙ୍ଗାବାଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଯୀଙ୍କ ନେତୃତ୍ୱରେ ବହୁ ପଞ୍ଚାୟତବାସୀ ଏକତ୍ରୀତ ହୋଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ଏହି ମୌଳିକ ସମସ୍ୟାମାନର ଯଥାଶିଘ୍ର ସମାଧାନ ନ କରାଯାଏ ତେବେ ଏହି ପଞ୍ଚାୟତ ଏଭଳି ଭାବେ ଅବହେଳିତ ତଥା ଆନ୍ଧ୍ରର ଲଲୁପ ଦୃଷ୍ଟି ଜାରି ରହିବ ବୋଲି ପ୍ରଶାସନକୁ ଜଣାଇଛନ୍ତି


